ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡା ରେଞ୍ଜରେ କିଛି ଦିନ ହେଲା ହାତୀ ଉପଦ୍ରବ ଆରମ୍ଭ କରିଥିବାରୁ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହେବା ସହ ଚିନ୍ତା ବଢ଼ାଇଛି। ଗାଁ ମୁହାଁ ହୋଇ ହାତୀପଲ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଜଙ୍ଗଲ ଛାଡ଼ି ଜନବସତିରେ କରୁଛନ୍ତି ଉପଦ୍ରବ। ଧାନ ଖାଇବା ସହ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି। ଫଳରେ ବର୍ଷକର ଖାଦ୍ୟ ହରାଇ ଚାଷୀମାନେ ବେସାହାରା ହେଉଥିବା ବେଳେ ହାତୀ ଘଉଡାଇବା ପାଇଁ ବନ ବିଭାଗ ନାକେଦମ ହୋଇଛିI
ରାୟଗଡ଼ା, ମୁନିଗୁଡ଼ା ରେଞ୍ଜ ଅମ୍ବାଦଳା ସେକ୍ସନ ରଘୁବାରି ବିଟର ପିଡେଲ ପଦର, ଉମ୍ୱେର ଖଲିଆ ଗୁଡ଼ା, କିଞ୍ଜିଲୁଆ, ନାନିବୁଟି ଟିକରପଡ଼ା ଆଦି ଅଞ୍ଚଳରେ ଏକ ୮ ଟିକିଏ ହାତୀପଲ ଚାଷୀଙ୍କ ଧାନ ନଷ୍ଟ କରି କାନ୍ଦୂଲ, ବିରି ଭଳି ଡାଲି ଜାତୀୟ ଚାଷ ନଷ୍ଟ କରିଥିବା ବେଳେ ଅନ୍ୟ ଏକ ୫ଟିକିଆ ହାତୀପଲ ଦୁଇ ତିନି ଦିନ ହେଲା ଅମ୍ବାଦଳା ସେକ୍ସନ କେଶରୀ ବିଟର ତେରୀମେରି, କାର୍କାମାର୍କା, ଓଡମସ୍କା, ପେରାମେରା ଆଦି ଅଞ୍ଚଳରେ ଉପଦ୍ରପ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ପୁଣ୍ଡେର ନିକଟ ଜଙ୍ଗଲରେ ରହିଥିବା ସୂଚନା ଦେଇଛି ବନ ବିଭାଗ।
ଆହୁରି ପଢ଼ନ୍ତୁ: Cyclone Montha: କନ୍ଧମାଳରେ ବର୍ଷା: ଅଟକିଲା କଳିଙ୍ଗା ଘାଟି ମରାମତି କାମ, ଚାଷୀ ପ୍ରଭାବିତ
ଅଞ୍ଚଳବାସୀ ଆତଙ୍କିତ
ହାତୀପଲଙ୍କ ଉପଦ୍ରବ ଫଳରେ ଆତଙ୍କିତ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏହି ହାତୀପଲ ପ୍ରତ୍ୟେକ ଦିନ କିଛି ନା କିଛି ଧନ ସମ୍ପତ୍ତି ନଷ୍ଟ କରୁଥିବା ବେଳେ ସେପଟେ ବିଷମ କଟକ ହଜାରିଡାଙ୍ଗ ପଞ୍ଚାୟତ ଲେଲିବାଡ଼ି ଠାରେ ଏକ ତିନି ଜଣିଆ ହାତୀ ପଲ କୁକୁଡ଼ା ଫାର୍ମ ଭାଙ୍ଗିବା ସହ କଦଳୀ ଗଛ ନଷ୍ଟ କରିଥିବା ଜଣାପଡିଛି।
କ୍ଷତିପୂରଣ ଦାବି
ତୁରନ୍ତ କ୍ଷୟକ୍ଷତିର ଆକଳନ କରି କ୍ଷତିପୂରଣ ଯୋଗାଇ ଦେବା ସହିତ ହାତୀ ଘଉଡ଼ାବାକୁ ବ୍ୟବସ୍ଥା କରିବାକୁ ଚାଷୀ ଦାବି କରିଛନ୍ତି। ଅପରପକ୍ଷରେ ବନ ବିଭାଗ ହାତୀପଲ ଉପରେ ନଜର ରଖିବା ସହ ଗ୍ରାମବାସୀଙ୍କ ସହାୟତାରେ ହାତୀକୁ ଘଉଡାଇବାକୁ ଚେଷ୍ଟା ଚଳାଇଥିବାବେଳେ ଚାଷୀଙ୍କୁ ଉଚିତ କ୍ଷତିପୂରଣ ମିଳିବ ବୋଲି ଅମ୍ବାଦଳା ବନପାଳ ପ୍ରକାଶ କରିଛନ୍ତିI
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/29/muniguda-2025-10-29-16-20-37.jpg)
