Sabyasachi Panda: ପୁଣି ଏକ ମାମଲାରେ ନିର୍ଦୋଷରେ ଖଲାସ ହେଲେ ପୂର୍ବତନ ମାଓନେତା ସବ୍ୟସାଚୀ ପଣ୍ଡା

ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ଡିମିରିଗୁଡା ଅଂଚଳରୁ କିଛି ବ୍ୟକ୍ତିଙ୍କ ଧାନ ଜମିରୁ ଜୋର ଜବରଦସ୍ତ ଭାବେ ଧାନ କାଟି ନେବା ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦୋଷରେ ଖଲାସ ହୋଇଛନ୍ତି। ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଏହି ମାମଲାର ରାୟ ଶୁଣାଣି କରିଛନ୍ତି।

rgd

Ex maoists leader free from mone one case. Photograph: (sambad.in)

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅନ୍ତର୍ଗତ ଡିମିରିଗୁଡା ଅଂଚଳରୁ କିଛି ବ୍ୟକ୍ତିଙ୍କ ଧାନ ଜମିରୁ ଜୋର ଜବରଦସ୍ତ ଭାବେ ଧାନ କାଟି ନେବା ମାମଲାରେ ମାଓ ନେତା ସବ୍ୟସାଚୀ ପଣ୍ଡା ନିର୍ଦୋଷରେ ଖଲାସ ହୋଇଛନ୍ତି। ଗୁଣୁପୁର ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଏହି ମାମଲାର ରାୟ ଶୁଣାଣି କରିଛନ୍ତି।

ଆହୁରି ପଢ଼ନ୍ତୁ: Zaira Wasim: ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ ଅଭିନେତ୍ରୀ ଜାୟରା ୱାସିମ୍

ମାମଲାରେ ବିଚାରଣା ସମୟରେ ୨୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭୀତି କରି କୋର୍ଟ ଏହି ରାୟ ଶୁଣାଇଥିଲେ।

ଆହୁରି ପଢ଼ନ୍ତୁ: bjp jay dholkia files nomination: ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ

ସୂଚନାଯୋଗ୍ୟ ଯେ ୨୭-୧୧- ୨୦୦୧ ମସିହାରେ ଗୁଡ଼ାରୀ ଥାନା ଅଧୀନ ଡିମିରିଗୁଡା ଅଂଚଳର କିଛି ବ୍ୟକ୍ତିଙ୍କ ଧାନ ଜମିରୁ ଗ୍ରାମବାସୀ ଓ ମାଓବାଦୀମାନେ ଜୋର ଜବରଦସ୍ତି ଭାବେ ଧାନ କାଟିନେବା ନେଇ ଅଭିଯୋଗ ହୋଇଥିଲା। ଉକ୍ତ ମାମଲାରେ ମାଓ ନେତା ସବ୍ୟସାଚୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇ ଗୁଡ଼ାରୀ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାର ବିଚାରଣ କରି ମାନ୍ୟବର ଅଦାଲତ ଆଜି ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦୋଷରେ ଖଲାସ କରିଥିବା  ସାବ୍ୟସାଚୀଙ୍କ  ଓକିଲ ବ୍ରମହାନଂଦ ପଟ୍ଟନାୟକ ପ୍ରକାଶ କରିଛନ୍ତି।

 Rayagada

ରିପୋର୍ଟ: ଶିବ ପ୍ରସାଦ ଦୋରା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe