ବିଦ୍ୟୁତ ବିଭାଗର ଚରମ ଅବହେଳା: ବିଦ୍ୟୁତ୍‌ ତାର ଲାଗି ୪ ବର୍ଷର ଶିଶୁ ମୃତ

Advertisment
ବିଦ୍ୟୁତ ବିଭାଗର ଚରମ ଅବହେଳା: ବିଦ୍ୟୁତ୍‌ ତାର ଲାଗି ୪ ବର୍ଷର ଶିଶୁ ମୃତ

ରାୟଗଡ଼ା: କୋଲନରା ବ୍ଲକ ଅନ୍ତର୍ଗତ ଝରଡ଼ି ପଞ୍ଚାୟତ ଅନ୍ତର୍ଗତ ଟି ସିକାବାଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମଙ୍ଗଳବାର ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଟି ସିକାବାଡି ଗ୍ରାମର ଗୋପାଳ ବିଡିକାଙ୍କ ସାନ ପୁଅ ପବିତ୍ର ବିଡିକା ପଡୋଶୀ ଘରେ କିଛି ପିଲାଙ୍କ ସହିତ ଖେଳୁଥିବା ବେଳେ ଆର୍ଥିଙ୍ଗ ତା’ର ସଂପର୍ଶରେ ଆସିଥିଲା। ଫଳରେ ଘଟଣାସ୍ଥଲରେ ହିଁ ପବିତ୍ରର ମୃତ୍ୟୁ ହୋଇଛି।

ଶିଶୁଟିର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରାୟ ଏକ ଘଣ୍ଟା ପରେ ଗାଁ ଲୋକେ ଘଟଣା ସଂପର୍କରେ ଅବଗତ ହୋଇଥିଲେ। ଗାଁଲୋକଙ୍କ ଅଭିଯୋଗ ଅନୁସାରେ ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଛି। ବିଭାଗୀୟ ଜେଇ ସମ୍ବିତ ପାତ୍ର ଘଟଣାସ୍ଥଳକୁ ଯାଇ ପରିବାର ଲୋକଙ୍କୁ ଆଶ୍ୱସନା ଦେଇଛନ୍ତି। ଶିଶୁର ମୃତ୍ୟୁ ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ସେହିଭଳି ଟି ସିକାବାଡି ଗ୍ରାମବାସୀ କ୍ଷୁବ୍ଧ ହୋଇଟାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe