ପରକୀୟା ପ୍ରୀତି ସନ୍ଦେହ: ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଫେରାର

Advertisment
ପରକୀୟା ପ୍ରୀତି ସନ୍ଦେହ: ସ୍ୱାମୀର ଛୁରାମାଡ଼ରେ ସ୍ତ୍ରୀ ଗୁରୁତର, ଅଭିଯୁକ୍ତ ଫେରାର

ରାୟଗଡ଼ା: ପରକୀୟା ପ୍ରୀତି  ସନ୍ଦେହରେ ସ୍ୱାମୀର ଛୁରାମାଡ଼। ସ୍ତ୍ରୀ ଗୁରୁତର। ଗୁରୁତର ଅବସ୍ଥାରେ ସ୍ତ୍ରୀ ବାସନ୍ତୀଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ଅନୁଧ୍ୟାନ ଜାରି ରଖିଥିବା ସମୟରେ ଘଟଣାସ୍ଥଳରୁ ସ୍ୱାମୀ ପ୍ରଦୀପ ବେହେରା ଫେରାର ହୋଇଯାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ନଦୀ ସାହି ଅଞ୍ଚଳରେ।

ସୂଚନା ଅନୁଯାୟୀ ସ୍ୱାମୀ-ସ୍ତ୍ରୀଙ୍କ ମଧରେ ଆଜି ସକାଳୁ ଝଗଡ଼ା ହୋଇଥିଲା। ସ୍ୱାମୀ ପ୍ରଦୀପ ନିଜ ସ୍ତ୍ରୀକୁ ସନ୍ଦେହ କରୁଥିଲେ କି ତାଙ୍କର ଅନ୍ୟ କାହା ସହିତ ପ୍ରେମ ସମ୍ପର୍କ ରହିଛି। ବାସନ୍ତୀ ମୋବାଇଲ ଯୋଗେ ଅନ୍ୟ ସହିତ କଥା ହେଉଥିବା ନେଇ ବି ସନ୍ଦେହ କରୁଥିଲେ ସେ। ଏହାକୁ ନେଇ ଉଭୟଙ୍କ ମଧରେ ଆଜି ଝଗଡ଼ା ଆଜି ତାହା ଉଗ୍ର ରୂପ ନେଇଥିଲା। ସ୍ୱାମୀ ଉତ୍ତ୍ୟକ୍ତ ହୋଇ ବିଚ୍ ରାସ୍ତାରେ ସ୍ତ୍ରୀର ପେଟ ଓ ଦୁଇ ହାତକୁ ଛୁରାମାଡ଼ କରିଥିଲେ ଏବଂ ଘଟଣା ସ୍ଥଳରୁ ଫେରାର ହୋଇ ପଳାଇଥିଲେ। ଗୁରୁତର ଅବସ୍ଥାରେ ବାସନ୍ତୀ ବେହେରା ଚିକିତ୍ସିତ ହେଉଛନ୍ତି। ତାଙ୍କର ସମ୍ପର୍କୀୟ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe