Teacher: ଉତ୍ତର ନଦେବାରୁ ଶିକ୍ଷକ ଭାଙ୍ଗିଲେ ଗଣେଶ, ସରସ୍ବତୀଙ୍କ ମୂର୍ତ୍ତି

Advertisment

ଜଣେ ଶିକ୍ଷକ ମଦ ନିଶାରେ ବିଦ୍ୟାଳୟ ପରିସରରେ ଥିବା ଭଗବାନ ଗଣେଶ ଓ ସରସ୍ବତୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଲେ।  କୌଣସି ଉତ୍ତର ନ ମିଳିବାରୁ ଉଭୟ ଭଗବାନଙ୍କୁ ମା‌ଡ ମାରି ମୂର୍ତ୍ତି ଭାଙ୍ଗିଦେଇଥିବା ଭଳି ଘଟଣା  ଦେଖିବାକୁ ମିଳିଛି।

ଜଣେ ଶିକ୍ଷକ ମଦ ନିଶାରେ ବିଦ୍ୟାଳୟ ପରିସରରେ ଥିବା ଭଗବାନ ଗଣେଶ ଓ ସରସ୍ବତୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଲେ।  କୌଣସି ଉତ୍ତର ନ ମିଳିବାରୁ ଉଭୟ ଭଗବାନଙ୍କୁ ମା‌ଡ ମାରି ମୂର୍ତ୍ତି ଭାଙ୍ଗିଦେଇଥିବା ଭଳି ଘଟଣା  ଦେଖିବାକୁ ମିଳିଛି।

Untitled-28

ରାୟଗଡ଼ା (ଶିବ ପ୍ରସାଦ ଦୋରା): ଜଣେ ଶିକ୍ଷକ ମଦ ନିଶାରେ ବିଦ୍ୟାଳୟ ପରିସରରେ ଥିବା ଭଗବାନ ଗଣେଶ ଓ ସରସ୍ବତୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଲେ।  କୌଣସି ଉତ୍ତର ନ ମିଳିବାରୁ ଉଭୟ ଭଗବାନଙ୍କୁ ମା‌ଡ ମାରି ମୂର୍ତ୍ତି ଭାଙ୍ଗିଦେଇଥିବା ଭଳି ଘଟଣା  ଦେଖିବାକୁ ମିଳିଛି। ଏଭଳି ଅଭାବନିୟ ଦୃଶ୍ୟ ଦେଖିବାକୁ ମିଳିଛି ଅନୁସୂଚିତ ଜାନଜାତି ଓ ଜାତି ପଛୁଆ ବର୍ଗ ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳାସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ। ଶିକ୍ଷକଙ୍କ ପ୍ରଶ୍ନର ଜବାବ ଦେଇନପାରୀ ଅନେକ ଥର ବିଦ୍ୟାର୍ଥୀ ମାଡ଼ ଖାଇଥିବା ଘଟଣା ସାମ୍ନାକୁ ଆସୁଥିଲା  କିନ୍ତୁ ଶିକ୍ଷକଙ୍କ ପ୍ରଶ୍ନର ଜବାବ ଦେଇ ନପାରୀ ଗତକାଲି  ବିଦ୍ୟାଦାତ୍ରୀ ସରସ୍ବତୀ ଏବଂ ଗଣେଶ ମୂର୍ତ୍ତିଙ୍କୁ ମାଡ଼ ଖାଇବାକୁ ପଡିଛି  ମଦୁଆ ଶିକ୍ଷକଙ୍କ ହାତରୁ l

ଘଟଣାରୁ ପ୍ରକାଶଯେ ଗତକାଲି ସନ୍ଧ୍ୟା ସମୟରେ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ କେ କ୍ରିଷ୍ଣା ରାଜୁ ମଦ ନିଶାରେ ବିଦ୍ୟାଳୟ ପରିସରରେ ଘୁରି ବୁଲୁଥିଲେl ଶିକ୍ଷକଙ୍କ ଏଭଳି ଅବସ୍ଥା ଦେଖି ଛାତ୍ରଛାତ୍ରୀ ଓ ଉପସ୍ଥିତ ଶିକ୍ଷକମାନେ ମଦୁଆ  ଶିକ୍ଷକଙ୍କ ସାମ୍ନାକୁ ଯିବାକୁ ଉଚିତ ମଣିନଥିଲେl ହେଲେ ସନ୍ଧ୍ୟା ସମୟରେ ମଦୁଆ ଶିକ୍ଷକ ଜଣକ ଆଉ କାହାକୁ ନ ପାଇ ବିଦ୍ୟାଳୟ ପରିସରରେ ରଖାଯାଇଥିବା ଗଣେଶ ଏବଂ ସରସ୍ବତୀ ମୂର୍ତ୍ତି ସହ ବାର୍ତ୍ତାଳପ କରି ପ୍ରଶ୍ନ ପଚାରିବା ଆରମ୍ଭ କରିଦେଇଥିଲେl

ମୂର୍ତ୍ତିଙ୍କୁ ପଚାରିଲେ ଶିକ୍ଷାଗତ ଯୋଗ୍ୟତା

ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ କହିବାନୁଯାୟୀ ଶିକ୍ଷକ ଜଣଙ୍କ ମୂର୍ତ୍ତିଗୁଡିକୁ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ପଚାରିଥିଲେ ଏବଂ ଉତ୍ତର ମିଳିନଥିବାରୁ ମୂର୍ତ୍ତି ଗୁଡିକୁ ଏକ ପଥରରେ ଆଘାତ କରିଥିଲେ। ଫଳରେ ମୂର୍ତ୍ତି ଗୁଡ଼ିକର ହାତ ଓ ଅନ୍ୟାନ୍ୟ ଅଙ୍ଗ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ପୂ୍ର୍ବରୁ ମଧ୍ୟ ଏହି ଶିକ୍ଷକ ଜଣଙ୍କ ମଦ ପିଇ ଛାତ୍ରଙ୍କୁ ବାଡେଇବା ଭିଡ଼ିଓ ଭାଇରାଲ ହେଇଥିଲାl କିଛି ଦିନ ହେଲା ଆମ୍ବଦଳାସ୍ଥିତ ଏସ୍‌ସି/ଏସ୍‌ଟି ବିଭାଗ ଦ୍ବାରା ପରିଚାଳିତ ଏହି ବିଦ୍ୟାଳୟରେ ଅନେକ ଅଭିଯୋଗ ସାମ୍ନାକୁ ଆସୁଥିବା ଦେଖିବାକୁ ମିଳିଛି। 

ଆହୁରି ପଢ଼ନ୍ତୁ: Education: ମାତୃଭାଷା ଭିତ୍ତିକ ଶିକ୍ଷାକୁ ସୁଦୃଢ଼ କରିବା: ଧର୍ମେନ୍ଦ୍ର

ବିଦ୍ୟାଳୟ ନାମରେ ଏକାଧିକ ଅଭିଯୋଗ

ବିଦ୍ୟାଳୟର ପ୍ରାଧାନଶିକ୍ଷକ କୋଲା ବାମନମୂର୍ତ୍ତିଙ୍କ ବିରୋଧରେ ବିନା କାରଣରେ ଛାତ୍ରମାନଙ୍କୁ ଜାତିଆଣ ଆକ୍ଷେପ କରି ଟିସି ଦେଇ ବିଦା କରିଦେଇଥିବା ଅଭିଯୋଗ ହୋଇଥିଲା। ଏପରିକି ପ୍ରଧାନଶିକ୍ଷକ ଶ୍ରୀ ବାମନମୂର୍ତ୍ତି ଛାତ୍ରମାନେ ନିଶା ସେବନ କରୁଥିବା ଭଳି ଭିଡିଓ ସୁଟିଂ କରି ନିଜେ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲେ। ଘଟଣାକୁ ନେଇ ପୁଲିସ ଓ ବିଭାଗିୟ ତଦନ୍ତ ହୋଇଥିଲା। କିଛିଦିନ ତଳେ ଜିଲ୍ଲାପାଳ ଆଶୁ‌ତୋଷ କୁଲକର୍ଣୀ ଏହି ବିଦ୍ୟାଳୟ ପରିଦର୍ଶନ କରିଥିବା ବେଳେ ରୋ‌ଷେଇ ଘରର ସ୍ବଛତାକୁ ନେଇ ଭିଷଣ ବିରକ୍ତି ପ୍ରକାଶ କରିଥିଲେ। ବିଦ୍ୟାଳୟରେ ଅନିୟମିତତା ହେଉଥିବା ନେଇ ବାରମ୍ବାର  ଅଭିଯୋଗ ହେଉଥିବା ସତ୍ବେ ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ।

ଆହୁରି ପଢ଼ନ୍ତୁ: RCCL: ରେଡିଓ ଚକଲେଟ୍ କ୍ରିକେଟ୍ ଲିଗ୍: ‘ଗ୍ରୁପ-ଏ’ରୁ କ୍ବାର୍ଟରକୁ ଗଲେ ଜ୍ୟୋତି ମୋଟର୍ସ, କାନାରା ବ୍ୟାଙ୍କ

Rayagada

ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ମୂର୍ତ୍ତି ଭଙ୍ଗା ଘଟଣାକୁ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଅସୀମା ରାଓଙ୍କୁ ପଚାରିବାରୁ ଘଟଣା ସଂପର୍ଖରେ ତଦନ୍ତ ଚାଲିଛି ଏବଂ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଅପରପକ୍ଷରେ ଆଜ ବଜରଙ୍ଗ ଦଳ ଓ ବିଶ୍ବ ହିନ୍ଦୁ ପରିଷଦ ଏହି ଘଟଣାରେ ପ୍ରଧାନ ଶିକ୍ଷକ ଓ ମଦୁଆ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିବା ବ‌େଳେ ଅମ୍ବାଦଳା ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe