କରୋନା ଡ୍ୟୁଟିରେ ଅବହେଳା: ଚନ୍ଦ୍ରପୁର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ନିଲମ୍ବିିତ

Advertisment

ସହକାରୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌, ଟେଷ୍ଟିଂରେ ଅସହଯୋଗ ସହ ଅନୁପସ୍ଥିତ ରହୁଥିଲେ

ସହକାରୀ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍‌, ଟେଷ୍ଟିଂରେ ଅସହଯୋଗ ସହ ଅନୁପସ୍ଥିତ ରହୁଥିଲେ

କରୋନା ଡ୍ୟୁଟିରେ ଅବହେଳା: ଚନ୍ଦ୍ରପୁର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ନିଲମ୍ବିିତ

ରାୟଗଡ଼ା: କରୋନା ଡ୍ୟୁଟିରେ ଅବହେଳା ଲାଗି ଚନ୍ଦ୍ରପୁର ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ଏଲ୍‌. ରବି କୁମାରଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ସହକାରୀ ଯନ୍ତ୍ରୀ ପି. କେ. ବେହେରାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ସହ ଶ୍ରୀ ବେହେରାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ପଞ୍ଚାୟତରାଜ ବିଭାଗକୁ ଚିଠି ଲେଖିଛନ୍ତି।

କରୋନା ମୁକାବିଲା ପାଇଁ ପ୍ରଶାସନିକ ଅଧିକାରୀ, ବ୍ଲକ୍‌ କର୍ତ୍ତୃପକ୍ଷ ୨୪ ଘଣ୍ଟିଆ ଆଲର୍ଟ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାରେ ସଂକ୍ରମଣ ହାର ବି ଚାଲିଥିବାରୁ ସ୍ଥିତି ନିୟନ୍ତ୍ରଣାଧୀନ ପାଇଁ ଜିଲ୍ଲା ପ୍ରଶାସନ ଲାଗି ପଡ଼ିଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମି୍ରତ୍‌ ଋତୁରାଜ, ଗୁଣପୁର ଉପଜିଲ୍ଲାପାଳ ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦର କୋଭିଡ଼୍‌ ପରିଚାଳନା କରୁଥିବା ବେଳେ ବ୍ଲକ୍‌ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।

ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଅମ୍ରିତ୍‌ ଋତୁରାଜ, ଗୁଣପୁର ଉପଜିଲ୍ଲାପାଳ ଡ. ସିଦ୍ଧେଶ୍ୱର ବଳିରାମ ବନ୍ଦର ଚନ୍ଦ୍ରପୁର ଗସ୍ତରେ ଯାଇଥିବା ବେଳେ ଉଭୟ ଅଧିକାରୀ ଅନୁପସ୍ଥିତ ଥିବା ଜାଣି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ଫଳରେ ଜିଲ୍ଲାପାଳ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବନ କରିବା ସହ ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ପଞ୍ଚାୟତରାଜ ବିଭାଗକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe