ପ୍ରେମିକାକୁ ଛୁରାମାଡ଼ କରି ବିଷ ପିଇଥିଲେ: ସୁସ୍ଥ ପରେ ଗିରଫ

Advertisment
ଆକ୍ରମଣ କରି ପଥଚାରୀଙ୍କୁ ଲୁଟୁଥିବା ୨ ଯୁବକ ଗିରଫ

କଲ୍ୟାଣସିଂହପୁର: ତ୍ରିକୋଣୀୟ ପ୍ରେମକୁ ନେଇ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ ଘଟିଛି ଅଭାବନୀୟ ଘଟଣା। ଜଣେ ପ୍ରେମିକ ପ୍ରେମିକା ଘରକୁ ଯାଇ ପ୍ରେମ ନିବେଦନ କରିବା ସହ ବିବାହ ପ୍ରସ୍ତାବ ଦେଇଥିଲେ। ହେଲେ ସେଠାରୁ ନାସ୍ତିବାଣୀ ଶୁଣିବା ପରେ ପୂର୍ବ ପ୍ରସ୍ତୁତି ପ୍ରକାରେ ନେଇଥିବା ଛୁରିରେ ପ୍ରେମିକାକୁ ଆକ୍ରମଣ କରିଥିଲେ। ପରେ ନିଜେ କୀଟନାଶକ ଖାଇ ଦେଇଥିଲେ। ଉଭୟଙ୍କୁ ପରିବାରବର୍ଗ ଡାକ୍ତରଖାନାକୁ ନେଇଥିଲେ। ଏବେ ଉଭୟ ସୁସ୍ଥ ଥିବା ବେଳେ ପ୍ରେମିକା ପରିବାରର ଅଭିଯୋଗ ପ୍ରକାରେ ପ୍ରେମିକ ପ୍ରବରକୁ ପୁଲିସ ଗିରଫ କରିଛି। ଗତ ୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଆଜି ପୁଲିସ ପ୍ରେମିକକୁ ଗିରଫ କରିବା ପରେ ସବୁକିଛି ପଦାକୁ ଆସିଛି।

ଘଟଣାରୁ ପ୍ରକାଶ ଯେ କାଣିପାଇ ଗ୍ରାମର ଜଣେ ଯୁବତୀଙ୍କୁ ବଳଦିଆ ଗ୍ରାମର କୁରୁମା ପ୍ରାସ୍କା ଭଲ ପାଉଥିଲେ। ପ୍ରାୟ ୧ ବର୍ଷ ଧରି ଏମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ତେବେ ଏମାନଙ୍କ ମଧ୍ୟରେ ଆଉ ଜଣେ ପ୍ରେମିକ ପ୍ରବେଶ କରିଥିଲେ। ପ୍ରେମିକା ଅନ୍ୟଜଣେ ଯୁବକଙ୍କ ସହ ବୁଲୁଥିବା ଜାଣିବାକୁ ପାଇ ସହ୍ୟ କରିପାରି ନଥିଲେ କୁରୁମା। ତେଣୁ ଶେଷ ଚେଷ୍ଟା ପାଇଁ ଗତ ୭ ତାରିଖ ଦିନ ଯାଇଥିଲେ ପ୍ରେମିକଙ୍କ ଘରକୁ।ସେଠାରେ ପ୍ରେମ ନିବେଦନ କରିବା ସହ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଯୁବତୀଜଣକ ରୋକ୍‌ଠୋକ୍‌ ମନା କରି ଦେଇଥିଲେ। ଏହାପରେ କ୍ରୋଧାନ୍ଵିତ ହୋଇ କୁରୁମା ପ୍ରେମିକାକୁ ଛୁରି ଭୁସି ଦେଇଥିଲେ। ଏଥିସହ ନିଜେ ସାଙ୍ଗରେ ନେଇଥିବା କୀଟନାଶକ ଔଷଧ ଖାଇ ଦେଇଥିଲେ।

ଗୁରୁତର ଅବସ୍ଥାରେ ଉଭୟଙ୍କୁ ପରିବାର ଲୋକ ୧୦୮ ଆମ୍ବୁଲାନ୍ସରେ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ବିଷ ପିଇଥିବା ପ୍ରେମିକ ସୁସ୍ଥ ହୋଇଥିବା ବେଳେ ଗୁରୁତର ଥିବା ପ୍ରେମିକାକୁ ବ୍ରହ୍ମପୁର ଏମକେସିଜି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ଚିକିତ୍ସା ପରେ ପ୍ରେମିକା ଜଣକ ସାମାନ୍ୟ ସୁସ୍ଥ ହୋଇଥିବା ଥାନା ଅଧିକାରୀ କପିଳେଶ୍ୱର ବେହେରା ପ୍ରକାଶ କରିଛନ୍ତି। ଏହି ଘଟଣା ନେଇ ଥାନାରେ ଏକ ମାମଲା ରୁଜ କରାଯାଇ ଅଭିଯୁକ୍ତ ପ୍ରେମିକକୁ ଗିରଫ କରାଯାଇଛି। ଆସନ୍ତା କାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe