ନିୟମଗିରି ପର୍ସ।ଲିରେ ୪ଟି ମାଓ ପୋଷ୍ଟର: ପୁଣି ସ୍ଥିତି ଜାହିର କଲେ ସିପିଆଇ ମାଓବାଦୀ

Advertisment
ନିୟମଗିରି ପର୍ସ।ଲିରେ ୪ଟି ମାଓ ପୋଷ୍ଟର: ପୁଣି ସ୍ଥିତି ଜାହିର କଲେ ସିପିଆଇ ମାଓବାଦୀ

କଲ୍ୟାଣସିଂହପୁର: ନିୟମଗିରି ପର୍ସ।ଲିରେ ୪ଟି ମାଓ ପୋଷ୍ଟର ମାରି ପୁଣି ବାଘୁନା ଡିଭିଜନ ସିପିଆଇ ମାଓବାଦୀ  ପୋଷ୍ଟର ମାରି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି।ନିୟମଗିରିରେ ହେବାକୁ ଥିବା ପର୍ଯ୍ୟଟନ କେନ୍ଦ୍ର ବନ୍ଦ କରାଯାଉ, ଜଙ୍ଗଲ ଜମି ପାଣିକୁ ସୁରକ୍ଷା ପ୍ରଦାନ, ବେଦାନ୍ତ ଆଲୁମିନା ଦଲାଲି ବନ୍ଦ ହେଉ, ଆଦର୍ଶ ବିଦ୍ୟାଳୟ ଓ ଟିବି ଡାକ୍ତରଖାନା ପ୍ରତିଷ୍ଠା କରାଯାଉ ବୋଲି ପୋଷ୍ଟରରେ ଲେଖା ଅଛି।

ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ କୁହାଯାଇଛି, ସାଇନିଂ କଳାହାଣ୍ଡି ହେଉଛି ବେଦାନ୍ତର ଦଲାଲ ଓ ଓପିଲିପି ବେଦାନ୍ତର ଏକପ୍ରକାର ଦଲାଲ। ବେଦାନ୍ତକୁ ନିୟମଗିରି ଦେବାପାଇଁ ଲାଣ୍ଡ ବ୍ୟାଙ୍କ ଗଠନ କରି ଜଙ୍ଗଲ ଜମିକୁ ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି। କିନ୍ତୁ ଆଗାମୀ ଦିନରେ ବେଦାନ୍ତକୁ ଟେକି ଦେବାପାଇଁ ଯୋଜନା କରିଛନ୍ତି। ଏଥିରୁ ନିବୃତ୍ତ ରହିବାକୁ ଦାବି କରି ଆନ୍ଦୋଳନକୁ ଜୋରଦାର କରନ୍ତୁ। ଉକ୍ତ ପୋଷ୍ଟରଗୁଡ଼ିକ ଦିକେଡିଏ ପାର୍ଶାଲି କାର୍ଯ୍ୟଳୟ ଆମ୍ବ ଗଛରେ ଓ ପାଚେରି କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe