ଭି.ସୁଜ୍ଞାନୀ ଦେଓଙ୍କ ବିୟୋଗରେ ବିଜେଡି ତରଫରୁ ଶୋକସଭା

Advertisment
ଭି.ସୁଜ୍ଞାନୀ ଦେଓଙ୍କ ବିୟୋଗରେ ବିଜେଡି ତରଫରୁ ଶୋକସଭା

ରାୟଗଡ଼ା: ରାୟଗଡ଼ାର ବିଶିଷ୍ଠ ରାଜନୈତିଜ୍ଞ ତଥା ଖଲ୍ଳିକୋଟର ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ ଦେଓଙ୍କ ବିୟୋଗରେ ବିଜୁ ଜନତା ଦଳ ରାୟଗଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଶନିବାର ସଂଧ୍ୟାରେ ଏକ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେଡି ଦଳର ଉପସଭାପତି ଏନ.ଭାସ୍କର ରାଓଙ୍କ ବାସଭବନରେ ଅନୁଷ୍ଠିତ ଏହି ଶ୍ରଦ୍ଧାଂଜଳି ସଭାରେ ଶ୍ରୀ ରାଓଙ୍କ ସମତେ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିିରିକା, ବିଜେଡି ମହିଳା ରାଜ୍ୟ ଉପସଭାପତି ସୁଜାତା ପାଳ, ରାୟଗଡା ଜିଲ୍ଳା ବିଜେଡି ମହିଳା ସଭାନେତ୍ରୀ ଶର୍ମିତା ପାଢୀ,ଅବିଭକ୍ତ କୋରାପୁଟ କେସିସି ବ୍ୟାଙ୍କ ନିର୍ଦ୍ଦେଶକ ବାନାଗାଡି ତିରୁପତି,ରାୟଗଡା ବ୍ଳକ ଅଧ୍ୟକ୍ଷା ଟୁନି ହୁଇକା,କାଶିପୁର ବ୍ଳକ ଅଧ୍ୟକ୍ଷ କଣ୍ଠ ମାଝି,ରାୟଗଡା ବ୍ଳକ ଉପାଧ୍ୟକ୍ଷ ହରପ୍ରସାଦ ହେପ୍ରୁକା,ଜିଲ୍ଳା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପୁଲାକା,ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା,ବିନାୟକ କର,ମା‘ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକା,ସଭ୍ୟ ସନ୍ୟାସୀ ରାଜୁ,ହୃଷିକେଶା କୁଳଦୀପ,ଯୋଗେଶ ପେଦେଂଟି, ହରପ୍ରସାଦ ନାୟକଙ୍କ ସମେତ ରାୟଗଡା ପୈାର ପରିଷଦର ବିଜେଡି କାଉନସିଲର ବୃନ୍ଦ ଓ ଅନ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ଭି.ସୁଞାନୀ ଦେଓଙ୍କ ଫଟୋ ଚିତ୍ରରେ ଧୂପ ଓ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ।

ପରେ ଅମର ଆତ୍ମାର ସଦଗତି କାମନା କରାଯାଇ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଖଲ୍ଳିକୋଟର ପୂର୍ବତନ ବିଧାୟିକା ସ୍ୱର୍ଗତ ଭି.ସୁଜ୍ଞାନୀ ଦେଓଙ୍କ ଶୁକ୍ରବାର ବିଳମ୍ବିତ ରାତ୍ରରେ ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ମୃତ୍ୟୁ ବେଳକୁ ତାଂକୁ ୮୭ବର୍ଷ ହୋଇଥିବା ବେଳେ ତାଙ୍କ ବିୟୋଗରେ ବିଜେଡି ସମେତ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜଣେ ଘନିଷ୍ଠ ସହଯୋଗୀ ତଥା ବିଶିଷ୍ଠ ରାଜନୈତିଜ୍ଞ ଖଲ୍ଳିକୋଟର ପୂର୍ବତନ ବିଧାୟିକା ଭି.ସୁଜ୍ଞାନୀ କୁମାରୀ ଦେଓଙ୍କ ପରଲୋକ ଖବର ଶୁଣି ମୁଁ ମର୍ମାହତ ବୋଲି ଶ୍ରୀ ରାଓ ପ୍ରକାଶ କରିବା ସହ ସେ ସୁଜ୍ଞାନୀ ଦେଓଙ୍କୁ ମା’ ବୋଲି ସମ୍ବୋଧନ କରୁଥିଲେ ବୋଲି କହିଛନ୍ତି।ସ୍ୱର୍ଗତଃ ସୁଜ୍ଞାନୀ କୁମାରୀ ଦେଓ କେବେ ବି ମନ୍ତ୍ରୀ ପଦ ପାଇଁ ଇଚ୍ଛା ପ୍ରକାଶ କରି ନ ଥିଲେ ସେ ବିଧାୟକ ଭାବେ ରହି ଲୋକଙ୍କୁ ସରକାରଙ୍କ ସମସ୍ତ ଯୋଜନାର ଉପକୃତ କରାଇବା ପାଇଁ ସବୁବେଳେ ଚେଷ୍ଠିତ ଥିଲେ ବୋଲି ଶ୍ରୀ ରାଓ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe