ଦୁର୍ଘଟଣାରେ ନାବାଳକ ଛାତ୍ରର ମୃତ୍ୟୁ, ବାଇକ୍ ଚାଳକ ଗୁରୁତର

ଦଶହରା ଛୁଟିରେ ନିଜ ସମ୍ପର୍କୀୟ ଭାଇ ସହିତ ବାଇକ୍‌ରେ ସ୍କୁଲ ହଷ୍ଟେଲରୁ ଘରକୁ ଫେରିବା ସମୟରେ  ଅନ୍ୟ ଏକ ବାଇକ୍ ଧକ୍କା ଦେବାରୁ ଛିଟିକି ପଡ଼ି ରାସ୍ତାରେ ଆସୁଥିବା ଟ୍ରକ୍‌ ଚକ ତଳେ ଚାପି ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛିI

Accident

ରାୟଗଡ଼ା: ଦଶହରା ଛୁଟିରେ ନିଜ ସମ୍ପର୍କୀୟ ଭାଇ ସହିତ ବାଇକ୍‌ରେ ସ୍କୁଲ ହଷ୍ଟେଲରୁ ଘରକୁ ଫେରିବା ସମୟରେ  ଅନ୍ୟ ଏକ ବାଇକ୍ ଧକ୍କା ଦେବାରୁ ଛିଟିକି ପଡ଼ି ରାସ୍ତାରେ ଆସୁଥିବା ଟ୍ରକ୍‌ ଚକ ତଳେ ଚାପି ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛିI ୧୪ ବର୍ଷର ନାବାଳକ ଜଣକ ହେଲେ କାଶୀପୁର ବ୍ଲକ ସିନ୍ଦୂରଘାଟି ପଞ୍ଚାୟତର ଡେରାକଣା ଗ୍ରାମର ରାହୁଲ ନାଏକ।

ରାହୁଲ ରାୟଗଡ଼ା ବ୍ଲକ ପେନିକଣା ଆଶ୍ରମ ସ୍କୁଲରେ ନବମ ଶ୍ରେଣୀର ଛାତ୍ର। ଶନିବାର ସ୍କୁଲ ସରିବା ପରେ ଦଶହରା ଛୁଟିରେ ନିଜ ମାଉସୀ ପୁଅ ଭାଇ ଲୋଚନ ନାଏକ ସହିତ ବାଇକରେ ଗାଁକୁ ଫେରୁଥିଲା। ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡ଼ା ନିକଟସ୍ଥ ପ୍ଲାନେଟରୀୟମ ଠାରେ ୩୨୬ ନଂ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସାମ୍ନା ପଟୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ବସିଥିବା  ରାହୁଲ ଛିଟିକି ପଡି ଉକ୍ତ ରାସ୍ତାରେ ଯାଉଥିବା ଟ୍ରକ ଚକା ତଳେ ପଡି ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଶନିବାର ସ୍କୁଲ ସରିବା ପରେ ଦଶହରା ଛୁଟିରେ ନିଜ ମାଉସୀ ପୁଅ ଭାଇ ଲୋଚନ ନାଏକ ସହିତ ବାଇକରେ ଗାଁକୁ ଫେରୁଥିଲା। ହେଲେ ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁରଗୁଡ଼ା ନିକଟସ୍ଥ ପ୍ଲାନେଟରୀୟମ ଠାରେ ୩୨୬ ନଂ ଜାତୀୟ ରାଜପଥରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସାମ୍ନା ପଟୁ ଧକ୍କା ଦେଇଥିଲା।

ବାଇକ ଚାଳକ ଲୋଚନ ଗୁରୁତର ଆହତ ହୋଇଛନ୍ତି। ଖବର ପାଇ ଚାନ୍ଦିଲି ଥାନା ଆଇଆଇସି ଉତ୍ତମ କୁମାର ସାହୁ, ଏସଆଇ ଆଶୁତୋଷ ସାହୁ ଘଟଣାସ୍ଥଳରେ ପହଞ୍ଚିଥିଲେI ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଆହତ ଲୋଚନଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଟ୍ରକକୁ ଅଟକ ରଖିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ମୃତ୍ୟୁ ର ଖବର ପାଇବା ପରେ ଗ୍ରାମରେ ଶୋକର ଛାୟା ଖେଳି ଯାଇଛିI

Accident | Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe