ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷ କଂଗ୍ରେସରେ ମିଶିବା ପ୍ରସଙ୍ଗ:ବିଜେପିର ବିଷୋଦ୍‌ଗାର

Advertisment

ସରପଞ୍ଚ ଓ ସମିସି ସଭ୍ୟଙ୍କ ଦସ୍ତଖତ ଜାଲିଆତି ଅଭିଯୋଗ

ସରପଞ୍ଚ ଓ ସମିସି ସଭ୍ୟଙ୍କ ଦସ୍ତଖତ ଜାଲିଆତି ଅଭିଯୋଗ

ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷ କଂଗ୍ରେସରେ ମିଶିବା ପ୍ରସଙ୍ଗ:ବିଜେପିର ବିଷୋଦ୍‌ଗାର

ଡିସିସି ସଭାପତି, ଜିଲ୍ଲାପରିଷଦ ସଭାପତି ଓ ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଏତଲା ଦେବେ
ରାୟଗଡ଼ା: ମୁନିଗୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର କୋରଡ଼ା ସମେତ ୮ଜଣ ସରପଞ୍ଚ ଓ ୭ଜଣ ସମିତି ସଭ୍ୟ ବିଜେପି ଛାଡ଼ି କଂଗ୍ରେସରେ ମିଶିବା ପ୍ରସଙ୍ଗରେ ଜିଲ୍ଲା ବିଜେପି ମୁହଁ ଖୋଲିଛି। ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀଧର କୋରଡ଼ାଙ୍କୁ ଦୁର୍ନୀତି କରିବାକୁ ସୁଯୋଗ ନମିଳିବାରୁ ଦଳ ଛାଡ଼ି ଅନ୍ୟମାନଙ୍କୁ ନେଇ କଂଗ୍ରେସକୁ ଚାଲିଯାଇଛନ୍ତି ବୋଲି ଆଜି ସନ୍ଧ୍ୟାରେ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ଶିବ ଶଙ୍କର ଉଲ୍ଲାକା ଅଭିଯୋଗ କରିଛନ୍ତି। ସେହିଭଳି ୩ଜଣ ସରପଞ୍ଚ ସାନ ମାଝି, ଗୌର ପାଲମାଳା, ମୀନତି କାଡ୍ରାକା ଏବଂ ସମିତି ସଭ୍ୟ ସୁକ ମାଝିଙ୍କ ଦସ୍ତଖତ ଜାଲିଆତି କରି କଂଗ୍ରେସ ଦଳରେ ମିଶିବା ଭଳି କଂଗ୍ରେସ ନେତା ଦର୍ଶାଉଥିବା ଅଭିଯୋଗ କରିଛନ୍ତି। ସେମାନେ କଂଗ୍ରେସ ନେତାଙ୍କ ସହ ଭୁବନେଶ୍ୱର ଯାଇନାହାନ୍ତି କି କୌଣସି କାଗଜରେ ଦସ୍ତଖତ କରିନାହାନ୍ତି। ଏହି ୪ଜଣ ବିଜେପି ଦଳରେ ରହିଛନ୍ତି ବୋଲି ଶ୍ରୀ ଉଲ୍ଲାକା ସ୍ପଷ୍ଟ କରିଛନ୍ତି।

ସେମାନଙ୍କ ଦସ୍ତଖତ ଜାଲିଆତି କରିବା ଅଭିଯୋଗରେ ଡ଼ିସିସି ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଜିଲ୍ଲାପରିଷଦ ସଭାପତି ପୁରୁଷୋତ୍ତମ ଗମାଙ୍ଗ, ବ୍ଲକ ଅଧ୍ୟକ୍ଷ ଶ୍ରୀଧର କୋରଡ଼ା, ମାନସ ବେହେରାଙ୍କ ବିରୋଧରେ ଅମ୍ବାଦଳା ଓ ମୁନିଗୁଡ଼ା ଥାନାରେ ଏତଲା ଦେଇ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ଉଲ୍ଲାକା ସୂଚନା ଦେଇଥିଲେ। ବିଜେପି ସହଯୋଗରେ କଂଗ୍ରେସ ଜିଲ୍ଲାପରିଷଦ ଗଠନ କରିବାରେ ସମର୍ଥ ହୋଇଥିଲା। ଭବିଷ୍ୟତରେ ଏହାର ପରିଣାମ କଂଗ୍ରେସକୁ ଭୋଗିବାକୁ ପଡ଼ିବ ବୋଲି ବିଜେପି ଜିଲ୍ଲା ସଭାପତି ଶ୍ରୀ ଉଲ୍ଲାକା ଚେତାବନୀ ଦେଇଥିଲେ। ସାମ୍ବାଦିକ ସମ୍ମିଳନୀରେ ମୁନିଗୁଡ଼ା ଜିଲ୍ଲାପରିଷଦ ସଭ୍ୟ ରାମଚନ୍ଦ୍ର ବେହେରା, ମିଡ଼ିଆ ସେଲ ସଂଯୋଜକ ଶିବ ଗୌଡ଼ ଓ ମୁନିଗୁଡ଼ା ଅଞ୍ଚଳର ବିଜେପି କର୍ମୀ ଉପସ୍ଥିତ ଥିଲେ। ସେହିଭଳି ଭୈରଗୁଡ଼ା ସରପଞ୍ଚ ଦିଗାମ୍ବର ସିକକ୍କା ସ୍ପଷ୍ଟୀକରଣ ଦେଇ କହିଛନ୍ତିଯେ ସେ ପୂର୍ବରୁ ଏବଂ ବର୍ତ୍ତମାନ କଂଗ୍ରେସ ଦଳରେ ରହିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe