ଦୁଇ ବାଇକ ଆରୋହୀ ମୃତ୍ୟୁ: କ୍ଷତିପୂରଣ ଦାବି କରି ଜାତୀୟ ରାଜପଥ ଅବରୋଧ

ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ପାଲୁପାଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟ ଘଟଣାରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକେ ଆଜି କ୍ଷତିପୂରଣ ଦାବି ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

RGD

ରାୟଗଡ଼ା: ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ପାଲୁପାଇ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟ ଘଟଣାରେ ସ୍ଥାନୀୟ ଲୋକେ ଉତ୍ତେଜନା ପ୍ରକାଶ କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଲୋକେ ଆଜି କ୍ଷତିପୂରଣ ଦାବି ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ସୂଚନା ଅନୁସାରେ ଗତକାଲି ୨ ଜଣ ଲୋକଙ୍କର ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ମୃତକ ଦ୍ବୟ ହେଲେ ରାୟଗଡା ବ୍ଲକର ମୁନା ମିଣିଆକା ଏବଂ କୋଲନରା ବ୍ଲକର ଲେକାପାଇ ଗ୍ରାମର ରାହୁଲ ଉର୍ଲାକା। ମୁନା ନିଜ ସଂପର୍କିୟଙ୍କ ଘରକୁ ଆସି ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ। ଆଜି କ୍ଷତିପୂରଣ ଦାବିରେ ମୃତକଙ୍କ ସମ୍ପର୍କୀୟ ଓ ଉତ୍ୟକ୍ତ ଲୋକ ୩୨୬ ନମ୍ବର ଜାତୀୟ ରାଜପଥରେ ରାସ୍ତା ଅବରୋଧ କରିଥିଲେ। ଫଳରେ ରାୟଗଡ଼ା ଠାରୁ ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ଓ ଗୁଣପୁର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା।

ମୃତ ବ୍ୟକ୍ତିମାନେ ହେଲେ ରାୟଗଡା ବ୍ଲକର ମୁନା ମିଣିଆକା ଏବଂ କୋଲନରା ବ୍ଲକର ଲେକାପାଇ ଗ୍ରାମର ରାହୁଲ ଉର୍ଲାକା। ମୁନା ନିଜ ସଂପର୍କିୟଙ୍କ ଘରକୁ ଆସି ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ।

ଘଟଣା ସ୍ଥଳରେ ରାମାନାଗୁଡା ପୁଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପ୍ରାୟ ୪ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ରାସ୍ତାରୋକ ହଟାଇବାପାଇଁ ଗୁଣପୁର ଏସଡିପିଓ ବାବୁଲି ନାୟକ, ରାମନାଗୁଡ଼ା ଆଇଆଇସି ସୁନୀତା ବେହେରା, ରାମନାଗୁଡ଼ା ବଡିଓ ପ୍ରଦ୍ୟୁମ୍ନ ମଣ୍ଡଳ, ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲା ପ୍ରଶାସନ ରେଡକ୍ରସ ତରଫରୁ ତରଫରୁ ମୃତକ ପରିବାରକୁ ୨୦ ହଜାର ଟଙ୍କା ଲେଖାଏଁ ଦେଇଥିବା ବେଳେ ଗାଡ଼ି ମାଲିକ  ପ୍ରତି ପରିବାରକୁ ୬୫ହଜାର ଟଙ୍କା ସହାୟତା କରିଥିବା ଜଣାପଡିଛି।

Accident | Rayagada

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe