ଗୁଣପୁରରେ ଅଭାବନୀୟ ଘଟଣା: ବଜ୍ରାଘାତରେ ଜଣେ ମୃତ, ୫ ଗୁରୁତର

Advertisment
ଗୁଣପୁରରେ ଅଭାବନୀୟ ଘଟଣା: ବଜ୍ରାଘାତରେ ଜଣେ ମୃତ, ୫ ଗୁରୁତର

Kalinga Tv

ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ କୁଲୁସିଂ ପଞ୍ଚାୟତ ଅଧୀନସ୍ଥ ଆବାସିଂ ଗ୍ରାମରେ ବଜ୍ରାଘାତରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୫ ଜଣ ଗୁରୁତର ହୋଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ନେବାରୁ ଜଣାପଡିଛି ଯେ ଗତକାଲି ସନ୍ଧ୍ୟାରେ ଆବାସିଂ ଗ୍ରାମରେ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା। ଏଥିରେ ଗ୍ରାମର ଗୋଟିଏ ଘରେ ସମସ୍ତେ ଏକାଠି ବସି ଘରେ ଖାଉଥିବା ବେଳେ ସନ୍ଧ୍ୟା ସାଢ଼େ ୬ଟାରେ ବଜ୍ରାଘାତ ହୋଇଥିଲା। ଏହାଦ୍ୱାରା ଅଦଗା ଗମାଙ୍ଗ (୬୨) ଘଟଣା ସ୍ଥଳେ ହିଁ ମୃତ୍ୟୁବରଣ କରିଥିଲେ।

ଏଣେ ହେମନ୍ତ ଗମାଙ୍ଗ(୪୮), ନରେନ ରଇତ (୨୫), ଅନବିତା ଶବର(୨୫), ନିନୁତୀ ଭୂୟାଁ (୩୨) ଓ ଅସ୍ମିତା ଗମାଙ୍ଗ(୧୯) ଆହତ ହୋଇଥିଲେ। ଖବର ପାଇ ଥାନାଧିକାରୀ ନିଳାମ୍ବର ଜାନୀ ଘଟଣାସ୍ଥଳରେ ପହଁଚି ଥିବାବେଳେ ସମସ୍ତ ଆହତଙ୍କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରେ ଅନେକ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ ମହିଳାଙ୍କ ଶବ ଆଜି ବ୍ୟବଛେଦ କରାଯିବ ବୋଲି ଜଣାପଡିଛି। ବିଡ଼ିଓ ପ୍ରଭାତୀ ଝଡ଼ିଆଙ୍କ ନିର୍ଦେ୍ଦଶକ୍ରମେ କୁଲୁସିଂ ପଞ୍ଚାୟତ ପିଇଓ ଚିରଞ୍ଜନ ଦେଓ ଗ୍ରାମରେ ପହଁଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଏବଂ ଦମକଳ ଗାଡ଼ି ଯୋଗେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅଚାନକ ଏଭଳି ଘଟଣା ଘଟିବାରୁ ଗ୍ରାମବାସୀ ମର୍ମାହତ ହୋଇ ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe