ଗୁଡ଼ାରି: ରାୟଗଡ଼ା ଜିଲ୍ଲା ଗୁଡ଼ାରି ମିସନ ଶକ୍ତି ଭବନରେ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଗୁଡ଼ାରି ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ପକ୍ଷରୁ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ବା ପୃଷ୍ଟିକର ଖାଦ୍ୟମେଳା ଆୟୋଜିତ ହୋଇଯାଇଛିl ଗୁଡ଼ାରି ବ୍ଲକ ସେକ୍ଟରର ଅଙ୍ଗନବାଡି କର୍ମୀ ନିଜ ନିଜର ବିଭିନ୍ନ ପ୍ରକାର ପୃଷ୍ଟିକର ଖାଦ୍ୟ ପରିବେଷଣ କରିଥିଲେl
ଏହି କାର୍ଯ୍ୟକ୍ରମକୁ ସିଡିପିଓ ଅନୀତା ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଡକ୍ଟର ସୁଶାନ୍ତ କୁମାର ନାୟକ ଉଦ୍ଘାଟନ କରିଥିଲେl ଅତିଥି ଭାବେ ଡକ୍ଟର ସୁଶାନ୍ତ କୁମାର ନାୟକ, ପୋଷଣ କୋଡିନେଟର କ୍ରାନ୍ତି କୁମାର, ମମତା ଯୋଜନାର ପ୍ରୋଗ୍ରାମ ଆସିଷ୍ଟାଣ୍ଟ ଭରତ କୁମାର, ସାମ୍ବାଦିକ ଶ୍ରୀନବାସ ପାଢ଼ୀ, ପ୍ରସାଦ ଲିମା, ଲୋକନାଥ ସାହୁ ସୁପରଭାଇଜର ପଦ୍ମାବତୀ ଶବର ଓ ଅରୁନ୍ଧତୀ ଗର୍ଡ଼ିଆ ମଞ୍ଚାସୀନ ହୋଇଥିଲେl ମଞ୍ଚାସୀନ ଅତିଥିମାନେ ପୃଷ୍ଟିକର ଖାଦ୍ୟର ଉପକାରିତା ବିଷୟରେ ଆଲୋଚନା କରିଥିଲେl
Rayagada
Follow Us