ପାର୍ଷ।ଲିରେ ପୋଷ୍ଟର: ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ମାଓବାଦୀଙ୍କୁ ନିବେଦନ

Advertisment
ପାର୍ଷ।ଲିରେ ପୋଷ୍ଟର: ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ମାଓବାଦୀଙ୍କୁ ନିବେଦନ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଷ।ଲି ଗ୍ରାମର ଡ଼ଙ୍ଗରିଆ କାନ୍ଧ ଉନ୍ନୟନ ସଂସ୍ଥାର କାନ୍ଥରେ ତିନୋଟି ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ମାଓବାଦୀରୁ ଓହରି ମୁଖ୍ୟ ସ୍ରୋତକୁ ଫେରିବା ପାଇଁ କୁହାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ଭାଇଚାରାର ରାଜ୍ୟ ,ଅଳ୍ପରେ ସନ୍ତୁଷ୍ଟ ହେବା ଓ ପରୋପକାର କରିବା ଲୋକଙ୍କ ନୀତି। ବିଭିନ୍ନ ରାଜ୍ୟ ତଥା ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳରୁ କିଛି ଖଳ ପ୍ରକୃତିର ଲୋକ ଏଠାକୁ ଆସି ନିଜକୁ ମାଓବାଦୀ କହି ଟଙ୍କା ପଇସା ଲୁଟିବା ସହିତ ଅମାନବିକ ଭାବରେ ଲୋକଙ୍କୁ ହତ୍ୟା କରି ଚାଲିଛନ୍ତି। ଉପାନ୍ତ ଅଞ୍ଚଳରେ ସବୁ ପ୍ରକାର ଉନ୍ନତି କାମରେ ବାଧା ଦେଉଛନ୍ତି।

ଓଡ଼ିଶାର ଲୋକମାନେ ଦଳରେ ସାମିଲ ହେବାକୁ ଚାହୁଁନାହାନ୍ତି। ଓଡିଆର ଭାଇ ନିଖିଲ ଓରଫ ଶିବାଜୀ ଓରଫ ପ୍ରକାଶ ଓରଫ ନିରଞ୍ଜନ ରାଉତ ଓ ଭଉଣୀ ଅଙ୍କିତା ଓରଫ ଇନ୍ଦୁ ଓରଫ ରଶ୍ମିତା ଲେଙ୍କାଙ୍କୁ ଆହ୍ୱାନ କରାଯାଉଛି ଅମଣିଷଙ୍କ ଦଳ ତ୍ୟାଗ କରି ସମାଜର ମୁଖ୍ୟ ସ୍ରୋତକୁ ଫେରିଆସିବା ପାଇଁ ଲେଖିବା ସହ ସରକାରଙ୍କ ଦ୍ୱାରା ଘୋଷିତ ସମସ୍ତ ସୁବିଧା ସହଯୋଗ ଗ୍ରହଣ ପୂର୍ବକ ନିଜର ବିବେକାନୁମୋଦିତ ନ୍ୟାୟ ପଥରେ ନିଜ ରାଜ୍ୟର ଉନ୍ନତିରେ ସହଯୋଗର ହାତ ବଢ଼ାଇବା ପାଇଁ ଉଲ୍ଲେଖ କରାଯାଇଛି ।ଶେଷରେ ଭାରତ ଓ ସମୃଦ୍ଧ ଓଡ଼ିଶା ସଭ୍ୟ ବୃନ୍ଦ ବୋଲି ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe