ପୁଣି ଜନନୀ ଯନ୍ତ୍ରଣା, ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଲା ବେଳେ ବାଟରେ ଗଛମୂଳରେ ପୁତ୍ର ସନ୍ତାନ ଜନ୍ମ ଦେଲେ ପ୍ରସୂତି

ପୁଣି ଜନନୀ ଯନ୍ତ୍ରଣା, ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଲା ବେଳେ ବାଟରେ ଗଛମୂଳରେ ପୁତ୍ର ସନ୍ତାନ ଜନ୍ମ ଦେଲେ ପ୍ରସୂତି

image source-updateodisha.com

କଳ୍ୟାଣସିଂହପୁର: ପୁଣି ଜନନୀ ଯନ୍ତ୍ରଣା। ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶିପୁର ବ୍ଲକର ଟିକିରିଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତର ପ୍ରସୂତି ମହିଳାଙ୍କୁ ଠିକ୍ ରୂପେ ନ ଦେଖି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଦେଲେ। ଏହା ଫଳରେ ଅଳ୍ପ ବାଟ ପରେ ଏକ ଗଛ ମୂଳେ ପୁତ୍ର ସନ୍ତାନ ଜନ୍ମ ଦେଲେ ଉକ୍ତ ମହିଳା। ବର୍ତ୍ତମାନ ଉଭୟ ମା’ ଓ ନବଜାତକ ସୁସ୍ଥ ଅଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଗୋରଖପୁର ଗ୍ରାମର ମିଥୁନ ନାଏକଙ୍କ ସ୍ତ୍ରୀ ମାମୁନି ନାଏକଙ୍କର ଗର୍ଭଯନ୍ତ୍ରଣା ହେବାରୁ ପରିବାର ଲୋକେ ଟିକିରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ଦେଖିଲା ପରେ ରାୟଗଡ଼ା ରେଫର୍ କରିଦେଇ ନିଜର କାମ ସାରିଦେଲେ । ଡାକ୍ତର ଚାହିଁଥିଲେ ଟିକିରି ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରସବ ହୋଇପାରିଥାନ୍ତା। ଆମ୍ବୁଲାନ୍ସରେ ରାୟଗଡ଼ା ନେବା ବାଟରେ ଟିକିରିଠାରୁ ମାତ୍ର ୩ କିମି ସର୍ଗଗୁଡା ଗ୍ରାମର ଆମ୍ବଗଛ ନିକଟରେ ଗର୍ଭବତୀ ଜଣକ ଶୌଚ ପାଇଁ କହିବାରୁ ସେଠାରେ ଡ଼୍ରାଇଭର୍ ଆମ୍ବୁଲାନ୍ସ ରଖିଥିଲେ। ହେଲେ ସେହିଠାରେ ମହିଳା ଜଣଙ୍କ ଗୋଟିଏ ପୁତ୍ର ସନ୍ତାନ ଜନ୍ମ ଦେଲେ।

ଟିକିରି ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚିଲା ପରେ ଆମ୍ବୁଲାନ୍ସଟି ପୁଣିଥରେ ଟିକରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଆମ୍ବୁଲାନ୍ସରେ ଆଶାକର୍ମୀ କିମ୍ବା ସ୍ବାସ୍ଥ୍ୟ ବିଭାଗର କୈାଣସି କର୍ମଚାରୀ ନଥିଲେ। ଭାଗ୍ୟବଳରେ ମା’ ଏବଂ ପୁଅର ଜୀବନ ବଞ୍ଚିଗଲା। ସ୍ଵାସ୍ଥ୍ୟ ବିଭାଗର ଅବହେଳା ନେଇ ଏଠାରେ ଅଭିଯୋଗ ହେଇଛି। ଏସଂପର୍କରେ ସ୍ଵାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe