କଲ୍ୟାଣୀ ନଦୀର ବନ୍ୟା ପାଣିରେ ଭାସିଲା ପୋଲ, ୬ ପଂଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ

Advertisment
କଲ୍ୟାଣୀ ନଦୀର ବନ୍ୟା ପାଣିରେ ଭାସିଲା ପୋଲ, ୬ ପଂଚାୟତ ସହ ଯୋଗାଯୋଗ ବିଚ୍ଛିନ୍ନ

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକର ପାରସାଲି, ସୁନାଖଣ୍ଡି, ପଲମା, କନ୍ଧକାଟିପାଡୁ, ମାଟିଗୁଡ଼ା ଓ ପୁଜାରୀଗୁଡ଼ା ପଂଚାୟତ ଗୁରୁବାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ମିଳିଥିବା ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଦେଇ ଯାଇଥିବା କଲ୍ୟାଣୀ ନଦୀରେ ବନ୍ୟାପାଣି ଆସିଥିବାରୁ ହୁୟମ ପାଇପ ତିଆରି ଅସ୍ଥାୟୀ ପୋଲ ଭାସିଯାଇଛି। ଫଳରେ ଏହି ୬ ଟି ପଂଚାୟତର ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ପଡ଼ୋଶୀ କଳାହାଣ୍ଡି ଜିଲ୍ଲାରେ ବୁଧବାର ଠାରୁ ବର୍ଷା ଲାଗି ରହିଥିବାରୁ କଲ୍ୟାଣୀ ନଦୀରେ ବନ୍ୟା ପାଣି ଆସିଛି।

ଆଗାମୀ ୨୪ଘଣ୍ଟା ମଧ୍ୟରେ  ରାଜ୍ୟର ୧୪ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଗୁରୁବାର ପୂର୍ବାନୁମାନ କରିଛି। କେନ୍ଦ୍ରାପଡ଼ା, ଝାରସୁଗୁଡ଼ା,ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, କଟକ, ପୁରୀ, ବୌଦ୍ଧ, କନ୍ଧମାଳ, ସୁବର୍ଣ୍ଣପୁର, ନୟାଗଡ଼, ଖୋର୍ଦ୍ଧା, ଓ ଗଞ୍ଜାମ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥି ସହିତ ଏହି ଜିଲ୍ଲାର ଅଧିବାସୀମାନଙ୍କୁ ବର୍ଷା, ପବନ, ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ସମୟରେ ଯଦି ଘରୁ ବାହାରିବା ଆବଶ୍ୟକ ପଡେ ତେବେ ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe