ରାୟଗଡା: ଲୋକଙ୍କ ସରକାରରେ ଲୋକଙ୍କ କାମ ଆଗ । ହଇରାଣ ହେବେନି ଜନତା । ଠିକ୍ ସମୟରେ ଅଫିସ୍ ଆସ, ଠିକ୍ କାମ କର, ଠିକରେ ଲୋକଙ୍କୁ ସେବା ଯୋଗାଅ । ଆଉ ଏଥିରେ ବିଳମ୍ବ ହେଲେ କିମ୍ବା ଅବହେଳା ହେଲେ ମାଫ୍ ନାହିଁ କି ବରଦାସ୍ତ କରାଯିବନି । ଯିଏ ବି ବିଳମ୍ବରରେ ଆସିବ ତା ଉପରେ ଆକ୍ସନ ହେବ... ସରକାରୀ ଅଫିସରଙ୍କୁ ନେଇ ଆଜି କିଛି ଏମିତି ଚର୍ଚ୍ଚା ହେଉଛିି, ଯେତେବେଳେ ରାୟଗଡ଼ାଜିଲ୍ଲାପାଳ ବିଳମ୍ବରରେ ଆସିଥିବା ଅଫିସରଙ୍କ ଉପରେ ଆକ୍ସନ ନେଇଛନ୍ତି ।
ଆହୁରି ପଢନ୍ତୁ- SC Dismisses Bail: ଦିଲ୍ଲୀ ଦଙ୍ଗା ଘଟଣାର ୨ମୁଖ୍ୟ ଅଭିଯୁକ୍ତ ଶର୍ଜିଲ-ଉମରଙ୍କ ଜାମିନ୍ ଖାରଜ୍ କଲେ ସୁପ୍ରିମକୋର୍ଟ
ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଜିଲ୍ଲା ସ୍ତରୀୟ ଅଧିକାରୀ ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଆସିବାରୁ ଭିତରକୁ ପ୍ରବେଶ କରିବା ପାଇଁ ଜିଲ୍ଲାପାଳ ବାରଣ କରିଛନ୍ତି । ଆଉ ତାଙ୍କୁ ବାରଣ କରିବାରୁ ଅଧିକାରୀଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ଚଳିତ ବର୍ଷର ପ୍ରଥମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସଦରମହକୁମା ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚାଲିଥିଲା । ନିର୍ଦ୍ଧାରିତ ସମୟ ଦିନ ୧୦ଟାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମରେ ଠିକ ସମୟରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ପହଞ୍ଚି ସାରିଥିଲେ ମଧ୍ୟ ଅଧିକାଂଶ ଜିଲ୍ଲା ସ୍ତରୀୟ ଅଧିକାରୀ ଶୁଣାଣିରେ ପହଞ୍ଚି ନଥିଲେ । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିବା ପରେ ତୁରନ୍ତ ସୁରକ୍ଷା କର୍ମଚାରୀ ଓ ଅନ୍ୟ କର୍ମଚାରୀଙ୍କୁ ବିଳମ୍ବରେ ଆସିଥିବା ଅଧିକାରୀଙ୍କୁ ଅଭିଯୋଗ ପ୍ରକୋଷ୍ଠ ଭିତରକୁ ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଆହୁରି ପଢନ୍ତୁ- Earthquake in Assam: ଆସାମରେ ବଡ଼ ଧରଣର ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୫.୧, ଶୋଇଥିବା ବେଳେ ଥରିଲା ଘର…
/filters:format(webp)/sambad/media/media_files/2026/01/05/rayagada-2026-01-05-12-12-01.jpeg)
ଏପରିକି ରାୟଗଡା ଉପଜିଲ୍ଲାପାଳଙ୍କୁ ମଧ୍ୟ ବିଳମ୍ବରେ ଆସିବାରୁ ଭିତରକୁ ଛଡା ଯାଇନଥିଲା । ଜିଲ୍ଲା ଅବକାରୀ ଅଧିକ୍ଷକ, ଉପନିବନ୍ଧକ ଡି ଆର ସି ଏସ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ରାୟଗଡା ବି ଡି ଓ, ଜଙ୍ଗଲ ବିଭାଗର ଏ ସି ଏଫ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଅଧିକାରୀ ଓ ଅନ୍ୟ କିଛି ଅଧିକାରୀଙ୍କୁ ଶୁଣାଣି ପ୍ରକୋଷ୍ଠକୁ ଛଡ଼ାଯାଇ ନାହିଁ । ଅପ୍ରୀତିକର ପରିସ୍ଥିତିରେ ପଡିଯାଇଥିବା ଯୋଗୁଁ ଅଧିକାରୀମାନେ ବାଧ୍ୟ ହୋଇ ଶୁଣାଣି ପ୍ରକୋଷ୍ଠ ପାର୍ଶ୍ୱରେ ଥିବା ଇନୋଭେସନ ସେଲ ରେ ବସି ରହିଥିଲେ ।
/filters:format(webp)/sambad/media/media_files/2026/01/05/new-project-8-2026-01-05-12-17-48.jpg)
ଲୋକଙ୍କ ଅଭିଯୋଗକୁ ସରକାର ପ୍ରାଥମିକତା ଦେଉଥିବା ଏବଂ ଏଥିରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ନିର୍ଦ୍ଦେଶ ରହିଥିବାରୁ ଜିଲ୍ଲାପାଳ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା କୁହାଯାଇଛି । ଅଭିଯୋଗ ଶୁଣାଣି ୧ ଘଣ୍ଟାରୁ ଅଧିକ ହୋଇ ଯାଇଥିଲେ ମଧ୍ୟ ଅଧିକାରୀମାନେ ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନ ଅଧିକାରୀଙ୍କ ମହଲରେ କୋକୁଆ ଭୟ ସୃଷ୍ଟି କରିଛି । ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟାନୁଷ୍ଠାନକୁ ବହୁ ଅଭିଯୋଗକାରୀ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/05/rayagada-collector-2026-01-05-12-22-01.jpg)