ଦିଶପୁର: ସକାଳେ ସକାଳେ ଥରିଲା ଆସାମ । ଆସାମ ମୋରିଗାଓଁରେ ବଡ଼ ଧରଣର ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ । ଭୋର ୪ଟା ୧୭ରେ ଭୂକମ୍ପ ଅନୁଭୂତ । କେହି କିଛି ବୁଝିବା ଆଗରୁ ଦୋହଲିଗଲା ଆସାମ । ଭୟରେ ଘରୁ ଧାଇଁଲେ ଲୋକେ । ଗୋଟେ ପଟେ ଶୀତ ଏବଂ କୁହୁଡ଼ିକୁ ଅନ୍ୟପଟେ ଭୂକମ୍ପ ଭୟ । କୁଆଡେ ଯିବେ, କଣ କରିବେ କିଛି ବୁଝି ପାରୁନଥିଲେ ଲୋକେ ।
ଆହୁରି ପଢନ୍ତୁ- Accident 2 Death ବାହାଘର କାର୍ଡ ବାଣ୍ଟି ଫେରୁଥିବା ବେଳେ ବାଇକ୍କୁ ଧକ୍କାଦେଲା ଭ୍ୟାନ୍, ଚାଲିଗଲା କାକା-ପୁତୁରାଙ୍କ ଜୀବନ
ଭୟରେ ଧାଇଁଲେ ଲୋକେ
ତେବେ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଭୋର ପ୍ରାୟ ୪ଟା ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ କରାଯାଇଛି। ସକାଳ ପ୍ରାୟ ସମୟରେ ହଠାତ୍ ଥରିଉଠିଥିଲା ପୂରା ଅଞ୍ଚଳ, ଯାହାଫଳରେ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା ।
ଆହୁରି ପଢନ୍ତୁ- Donald Trump, PM Modi: ମୋଦୀଙ୍କୁ ଜଣାଥିଲା ମୁଁ ଖୁସି ନାହିଁ ବୋଲି… ଭାରତ ଉପରେ ପୁଣି ବଢିପାରେ ଟାରିଫ- ଧମକାଇଲେ ଟ୍ରମ୍ପ
ସକାଳର ଶାନ୍ତ ପରିବେଶ ମଧ୍ୟରେ ଯେତେବେଳେ ଲୋକମାନେ ନିଜର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରୁଥିଲେ କିମ୍ବା କିଛି ଲୋକ ଶୋଇଥିଲେ, ସେହି ସମୟରେ ହଠାତ୍ ଭୂମି କମ୍ପିବାକୁ ଲାଗିଥିଲା । ମୋରିଗାଓଁ ବ୍ୟତୀତ ଏହାର ଆଖପାଖ ଜିଲ୍ଲା ଯଥା ନାଗାଓଁ, ଗୁଆହାଟୀ ଏବଂ ବ୍ରହ୍ମପୁତ୍ର ଉପତ୍ୟକାର ଅନେକ ସ୍ଥାନରେ ଏହି ଝଟକା ଅନୁଭୂତ ହୋଇଛି । ଲୋକମାନେ ଭୟରେ ନିଜ ନିଜ ଘରୁ ବାହାରକୁ ଖୋଲା ସ୍ଥାନକୁ ଦୌଡ଼ି ଆସିଥିଲେ। ବହୁତଳ ପ୍ରାସାଦ ଏବଂ ଆପାର୍ଟମେଣ୍ଟରେ ରହୁଥିବା ଲୋକଙ୍କ ମଧ୍ୟରେ ଅଧିକ ଭୟ ଦେଖିବାକୁ ମିଳିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/05/assam-earthquake-2026-01-05-09-54-42.jpg)