Court Judgement: ଦୁଷ୍କର୍ମ ମାମଲାରେ ପୋକ୍ସୋ କୋର୍ଟ ହାଜର ହେଲେ ମାଓନେତା ଆଜାଦ

Advertisment

ଦୁଷ୍କର୍ମ ମାମଲାରେ ଆଜି ରାୟଗଡା ପୋକ୍ସୋ କୋର୍ଟରେ ହାଜର ହୋଇଛନ୍ତି ଆଜାଦ ଓରଫ ଡୁନା କେଶବ ରାଓ। ୨୦୧୩ ମସିହାରେ ରାୟଗଡା ଜିଲ୍ଲା ବିଷମକଟକ ଥାନାରେ ଜଣେ ନାବାଳିକା ମାଓନେତା ଆଜାଦ ଏବଂ ତାଙ୍କର କିଛି ସାଥି ...

ଦୁଷ୍କର୍ମ ମାମଲାରେ ଆଜି ରାୟଗଡା ପୋକ୍ସୋ କୋର୍ଟରେ ହାଜର ହୋଇଛନ୍ତି ଆଜାଦ ଓରଫ ଡୁନା କେଶବ ରାଓ। ୨୦୧୩ ମସିହାରେ ରାୟଗଡା ଜିଲ୍ଲା ବିଷମକଟକ ଥାନାରେ ଜଣେ ନାବାଳିକା ମାଓନେତା ଆଜାଦ ଏବଂ ତାଙ୍କର କିଛି ସାଥି ...

WhatsApp Image 2026-02-10 at 20.39.55

ରାୟଗଡା (ଶିବ ପ୍ରସାଦ ଦୋରା): ଦୁଷ୍କର୍ମ ମାମଲାରେ ଆଜି ରାୟଗଡା ପୋକ୍ସୋ କ‌ୋର୍ଟରେ ହାଜର ହୋଇଛନ୍ତି ଆଜାଦ ଓରଫ ଡୁନା କେଶବ ରାଓ। ୨୦୧୩ ମସିହାରେ ରାୟଗଡା ଜିଲ୍ଲା ବିଷମକଟକ ଥାନାରେ ଜଣେ ନାବାଳିକା ମାଓନେତା ଆଜାଦ ଏବଂ ତାଙ୍କର କିଛି ସାଥି ତାଙ୍କୁ ଯୋରଜବରଦସ୍ତି ଘରୁ ଟେକିନେଇ ଜଙ୍ଗଲକୁ ନେଇ ବନ୍ଧୁକମୁନରେ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଆଜି ଏହି ମାମଲାରେ ଅତିରୀକ୍ତ ଦୌରାଜଜ୍ ତଥା ପୋକ୍ସ କୋର୍ଟର ସ୍ବତନ୍ତ୍ର ଜଜ୍ ସ୍ବେତା ମିଶ୍ର  ଆଜାଦଙ୍କ  ଓକିଲ ଦାଖଲ କରିଥିବା ପିଟିସନକୁ ନାକଚ କରିବା ସହ ଖା‌ରଜ କରିଦେଇଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ୨୭/୦୨/୨୦୨୬ରେ ହେବ ବୋଲି ପୋକ୍ସ କୋର୍ଟର ସ୍ବତନ୍ତ୍ର ପିପି ବିରଜା ପାତ୍ର ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟଯେ କିଛଦିନ ତଳେ ଆତ୍ମସମର୍ପଣ କରିଥିବା ନିଖିଲ ଓରଫ ନିରଂଜନ ରାଉତ ମଧ୍ୟ ସେତେବେଳେ ବନ୍ଧୁକମୁନରେ ନାବାଳିକାଙ୍କୁ ଦୁ‌ଷ୍କର୍ମ କରିଥିବା ନାବାଳିକା ଅଭିଯୋଗ କରିଥିଲେ। ବିଷମକଟକ ଥାନାରେ ୨୫/୦୪/୨୦୧୩ ତାରିଖରେ ହୋଇଥିବା ଏଫଆଇଆର‌ରେ ନାବାଳିକା ଜଣଙ୍କ ତାଙ୍କୁ ଏକ ବର୍ଷ ପୂର୍ବରୁ ମୁଁ ଘରେ ଶୋଇଥିବା ସମୟରେ ନିଖିଲ, ଆଜାଦ, ସାଗର, ମିଟୁ, ସାଧୁ, ସୁବାଷ ଏବଂ ଅନ୍ୟ ନକ୍ସଲମାନେ ବଳପୂର୍ବକ ଉଠାଇ ନେଇଥିଲେ। ନାବାଳିକା ବିରୋଧ କରିବାରୁ ନକ୍ସଲମାନେ ତାଙ୍କୁ ବନ୍ଧୁକ ଦେଖାଇ ଜଙ୍ଗଲ ମଧ୍ୟକୁ ନେଇଯାଇଥିଲେ ଏବଂ ଅନିଛା ସତ୍ବେ ବିଭିନ୍ନ ସ୍ଥାନରେ ଦୁଷ୍କର୍ମ କରିଥିଲେ। ଏହା ପରେ ନକ୍ସଲମାନେ ନାବାଳିକାଙ୍କୁ ଚନ୍ଦ୍ରପୁର, ଫୁଲବାଣୀ, ଗଜପତି, କର୍ଲାଘାଟି ଓ ନିୟମଗିରି ଜଙ୍ଗଲରେ ବଳପୂର୍ବକ ରଖିଥିଲେ।

ଆହୁରି ପଢ଼ନ୍ତୁ: Dead: ମଥୁରାରେ ଏକ ଘରୁ ୫ ମୃତଦେହ ଉଦ୍ଧାର: କ୍ଷୀରରେ ବିଷ ମିଶାଇ ପିଇଥିବା ସନ୍ଦେହ

ତେବେ ଏତଲା ଦେବାର ପ୍ରାୟ ୧୫ଦିନ ପୂର୍ବରୁ ନାବାଳିକା ଜଣକ କୌଶଳକ୍ରମେ ସେମାନଙ୍କ କବଳରୁ ଖସି ଆସି ନିଜ ଗାଁରେ ଲୁଚି ରହିଥିଲେ ଏବଂ ପରେ ସାହସ କରି ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ବିଷମକଟକ ପୁଲିସ କେସ ନଂ ୪୩/୨୦୧୩ରେ ଆଇପିସି ୩୬୩/୩୬୬(ଏ),/୩୭୬(ଜି),୫୦୬/୩୪, ଆର୍ମସ ଆକ୍ଟ ୨୫/୨୭ ଏବଂ ପକସୋ ଆକ୍ଟ ୪/୮ରେ ମାମଲା ରୁଜୁ କରିଥିଲା। ସେତେବେଳେ ଏହି ମାମଲାରେ ଆଜାଦ ସମେତ ନିଖିଲ ଓରଫ ନିରଞନ ରାଉତ, ସୁବାଷ ଓରଫ ଆପାରାଓ ମାଝି, ନିକିତା ଓରଫ ମିନିତା ମାଝି ଓ ଶାରଦା ନାରଙ୍ଗାକା ନାମରେ ବିଷମକଟକ ଥାନା ଏସ ଆଇ ତଦନ୍ତ କରି ଏମାନଙ୍କ ବିରୋଧରେ ଜାମିନବିହିନ ୱାରଣ୍ଟ ଜାରି କରିବା ପାଇଁ ନିବେଦନ କରିଥିଲେ। ନିଖିଲ ୨ ଦଶନ୍ଧି ଧରି ବିଭିନ୍ନ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ରହି ନିକଟରେ ଆତ୍ମସମର୍ପଣ କରି ଚର୍ଚ୍ଚାର କେନ୍ଦ୍ର ପାଲଟିଥିଲେ। ଏବେ ଦୀର୍ଘ ୧୩ ପରେ ଦୁଷ୍କର୍ମ ମାମଲାରେ ପୋକ୍ସ କୋର୍ଟରେ ତାଙ୍କ ନାମ ଆସିଥିବାରୁ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe