ଭିଜିଲାନ୍‌ସ ଜାଲରେ ରାୟଗଡ଼ା ସହକାରୀ ମତ୍ସ୍ୟ ଅଧିକାରୀ

Advertisment
ଭିଜିଲାନ୍‌ସ ଜାଲରେ ରାୟଗଡ଼ା ସହକାରୀ ମତ୍ସ୍ୟ ଅଧିକାରୀ

ରାୟଗଡ଼ା:  ସନ୍ଧ୍ୟାରେ ପଦ୍ମପୁର ଅଞ୍ଚଳର ଜଣେ ଚାଷୀଙ୍କ ଠାରୁ ମତ୍ସ୍ୟ ଚାଷ ବାବଦକୁ ବକେୟା ସବସିଡ଼ି ଟଙ୍କା ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଜିଲ୍ଲା ମତ୍ସ୍ୟ ବିଭାଗର ସହକାରୀ ଅଧିକାରୀ ଓମ ପ୍ରକାଶ ରଣା । ରାୟଗଡ଼ା ଭିଜିଲାନ୍‌ସ ଡ଼ିଏସପି ସୁଶାନ୍ତ ବିଶ୍ୱାଳ କହିଛନ୍ତିଯେ ପଦ୍ମପୁର ବ୍ଲକ ସଉରାସିଂଗପୁରର ଲିଂଗରାଜ ପଣ୍ଡାଙ୍କ ମାଛ ପୋଖରୀରେ ଚାଷ ପାଇଁ ୧୪ ଲକ୍ଷ ଟଙ୍କା ଋଣ କରିଥିଲେ। ଏହି ବାବଦକୁ ୭ ଲକ୍ଷ ଟଙ୍କା ସବସିଡ଼ି ତାଙ୍କୁ ମିଳିବାର ଥିଲା। ୨୦୧୬ ନଭେମ୍ବର ମାସରେ ୫ ଲକ୍ଷ ଟଙ୍କା ନେଇଥିବା ବେଳେ ଅବଶିଷ୍ଟ ୨ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ ପାଇଁ ଅଧିକାରୀ ଜଣକ ହଇରାଣ କରୁଥିଲେ।

ଏହାପରେ ଦୁଇ ଜଣ ଅଧିକାରୀ ଓମ ପ୍ରକାଶ ରଣା ଓ ଆଉ ଜଣେ ଅଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଦେବା ପାଇଁ ସ୍ଥିର ହୋଇଥିଲା। ଏହି ସଂପର୍କରେ ଲିଂଗରାଜ ପଣ୍ଡା ରାୟଗଡ଼ା ଭିଜଲାନ୍‌ସ ବିଭାଗକୁ ଜଣାଇଥିଲେ। ଏହାପରେ ଯୋଜନା ମୁତାବକ ଆଜି ସନ୍ଧ୍ୟା ୫ ଟାରେ ମ୍‌ତ୍ସ୍ୟ ବିଭାଗ କାର୍ଯ୍ୟାଳୟରେ ଅଧିକାରୀ ଓମ ପ୍ରକାଶ ରଣା ୫ ହଜାର ଟଙ୍କା ନେବା ସମୟରେ ଭିଜିଲାନ୍ସ ଚଢ଼ାଉ କରି ଲାଞ୍ଚ ଟଙ୍କା ସହ ଧରିଥିଲେ। ସେହି ସମୟରେ ଆଉ ଜଣେ ଅଧିକାରୀ ଅନୁପସ୍ଥିତ ଥିବାରୁ ଭିଜିଲାନ୍‌ସ ହାତରୁ ବର୍ତ୍ତିଯାଇଥିଲେ। ଭିଜିଲାନ୍‌ସ ଡ଼ିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ଇନ୍‌ସପେକ୍ଟର ଶରତ କୁମାର ସାହୁ ଓ ଅନ୍ୟ ମାନେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ମାମଲାର ତଦନ୍ତ ସବ ଇନ୍‌ସପେକଟର କଳାବତୀ ବାଗ କରୁଛନ୍ତି। ଆସନ୍ତାକାଲି ଗିରଫ ଓମ ପ୍ରକାଶ ରଣାଙ୍କୁ ଜୟପୁର ଭିଜିଲାନ୍‌ସ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe