ଦୁର୍ନୀତି ଅଭିଯୋଗ ଘଟଣା: ନିଲମ୍ବିତ ହେ‌ଲେ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରିଣୀ ଜଶ୍ମିନ ଶୁଭଦର୍ଶନୀ ସାହୁ

Advertisment
ଦୁର୍ନୀତି ଅଭିଯୋଗ ଘଟଣା: ନିଲମ୍ବିତ ହେ‌ଲେ ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରିଣୀ ଜଶ୍ମିନ ଶୁଭଦର୍ଶନୀ ସାହୁ

ରାୟଗଡ଼ା:  ଜିଲ୍ଳା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ଘଟଣାରେ ରାଜ୍ୟ ସରକାର ଜିଲ୍ଲା ଶ୍ରମ ଅଧିକାରିଣୀ ଜଶ୍ମିନ ଶୁଭଦର୍ଶନୀ ସାହୁଙ୍କୁ ଆଜି ନିଲମ୍ବନ କରିଥିବା ଜଣାପଡିଛି । ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପତ୍ର ସଂଖ୍ୟା ୪୭୫୪ ତା ୨୬/୦୬/୨୪ରିଖ ରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ କାର୍ଯ୍ୟରୁ ବିଭାଗୀୟ ପ୍ରମୁଖ ସଚିବ ନିଲମ୍ବିତ କରିଛନ୍ତି । ନିଲମ୍ବନ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ବିମା ବିଭାଗ ପତ୍ର ସଂଖ୍ୟା ୪୭୫୪ ତା ୨୬/୦୬/୨୪ରିଖ ରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ସାହୁଙ୍କୁ କାର୍ଯ୍ୟରୁ ବିଭାଗୀୟ ପ୍ରମୁଖ ସଚିବ ନିଲମ୍ବିତ କରିଛନ୍ତି । ନିଲମ୍ବନ ସମୟରେ ଶ୍ରୀମତୀ ସାହୁଙ୍କୁ ରାଜ୍ୟ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ କରାଯାଇଛି ।

ରାୟଗଡ଼ା ଜିଲ୍ଳା ଶ୍ରମ ଅଧିକାରୀ (କଲ୍ୟାଣ) ଗୋପାଳ କୃଷ୍ଣ ମଙ୍ଗରାଜଙ୍କୁ ଶ୍ରମ ବିଭାଗ ପକ୍ଷରୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । କଲ୍ୟାଣ ସେକ୍ସନ ବିଭାଗ ସହ ଏନଫୋର୍ସମେଂଟ ଦାୟିତ୍ୱ ମଧ୍ୟ ତୁଲାଇବା ପାଇଁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିବ ନେଇ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଓଡିଶା ସରକାରଙ୍କ ଚିଠି ସଂଖ୍ୟା ୪୭୬୨/୨୬/୬/୨୪ରେ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉ କି,ଜିଲ୍ଳା ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକମାନଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନରେ ଜିଲ୍ଳା ଶ୍ରମ ଅଧିକାରୀ (ଏନଫୋର୍ସମେଂଟ) ଶ୍ରୀମତୀ ଜଶ୍ମିନ ସାହୁ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଶ୍ରମ ବିଭାଗ ପକ୍ଷରୁ ଗତ ଜୁନ ୧୬ତାରିଖରେ ରାୟଗଡ଼ା ଜିଲ୍ଳା ଶ୍ରମ ବିଭାଗରେ ଦୁଇ ଜଣିଆ ଟିମ୍ ଖୋଳତାଡ ଆରମ୍ଭ କରିଥିଲେ । ଜଶ୍ମିନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆସିବା ପରେ ରାୟଗଡ଼ା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁକାଳନୀ ସହାୟତା ରାଶି ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗର ଛାନଭିନ କରିଥିଲା ରାଜ୍ୟ ଶ୍ରମ ବିଭାଗ।

ରାଜ୍ୟ ଶ୍ରମ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଶ୍ରମ ବିଭାଗ ଭୁବନେଶ୍ୱରରୁ ଦୁଇ ଜଣିଆ ଟିମ୍ ଅତିରିକ୍ତ ଶ୍ରମ ଆୟୁକ୍ତ ଘାସିରାମ ଟୁଡୁ ଏବଂ ରାଜ୍ୟ ସରକାରଙ୍କ ଓଏସଡି ପ୍ରଶାନ୍ତ କୁମାର ବଳିୟାରସିଂ ରହିଥିବା ଏବଂ ଜେଏଲସି ନରେନ୍ଦ୍ର ରାଇକା ରାୟଗଡ଼ାଆସି ଘଟଣାର ତଦନ୍ତ କରିଥିଲେ | ଜିଲ୍ଳାପାଳ ରାୟଗଡାଙ୍କ ନିର୍ଦ୍ଦେଶ କ୍ରମେ ମାଜିଷ୍ଟ୍ରେଟ ଦାୟିତ୍ୱରେ ରାୟଗଡା ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁଙ୍କ ଉପସ୍ଥିତିରେ ରାୟଗଡା ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ,ଜିଲ୍ଳା ଶ୍ରମ ଅଧିକାରୀ(କଲ୍ୟାଣ)ଗୋପାଳ କୃଷ୍ଣ ମଙ୍ଗରାଜ,ଅତିରିକ୍ତ ଶ୍ରମ ଅଧିକାରୀ ସଂଜୟ କୁମାର ରଇତଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ଅଭିଯୋଗକୁ ଭିତ୍ତି କରି ଗତ ୧୬/୦୬ /୨୦୨୪ ତାରିଖ ଦିନ ପଚାରାଉଚୁରା କରି ତତ୍ ସଂପର୍କୀତ କାଗଜପତ୍ର ଛାନଭିନ କରିଥିଲେ ।  ଅତିରିକ୍ତ ଶ୍ରମ ଆୟୁକ୍ତ ଶ୍ରୀ ଟୁଡୁ ଏବଂ ଓଏସଡି ଅଧିକାରୀ ଶ୍ରୀ ବଳିୟାରସିଂ ଗତ ୨୦୨୧-୨୨ ବର୍ଷରୁ ନେଇ ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇଥିବା ମୃତ୍ୟୁକାଳନୀ ସହାୟତା ରାଶିର ସମସ୍ତ ଫାଇଲପତ୍ର ଖୋଳତାଡ କରିଥିବା ବେଳେ ବିଶେଷ କରି ଚନ୍ଦ୍ରପୁର ଓ ମୁନିଗୁଡା ଦୁଇଟି ବ୍ଳକରେ ଚଞ୍ଚକତା କରାଯାଇ ମୃତ ନିର୍ମାଣ ଶ୍ରମିକଙ୍କ ନାମରେ ଆସିଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ହଡପ କରାଯାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଘଟଣା ସମେତ ଏଭଳି ଅନେକ ମାମଲାରେ ହିତାଧିକାରୀମାନଙ୍କ ସହାୟତା ରାଶି ହରିଲୁଟର ଅଭିଯୋଗ ହୋଇଥିବା ମଧ୍ୟ ଜଣାପଡିଥିଲା । ଜାଲ କାଗଜପତ୍ର ତଆରି କରି ହିତାଧିକାରୀମାନଙ୍କ ପାଇଁ ଆସିଥିବା ସହାୟତା ରାଶିକୁ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତଦନ୍ତକାରୀ ଟିମ ଅମ୍ବାଦଳା ନିକଟସ୍ଥ ଇନ୍ଦ୍ରାପଡା ଗ୍ରାମକୁ ଯାଇ ହିତାଧିକାରୀ ମାନଙ୍କ ଘରକୁ ଯାଇ ତଦନ୍ତ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ତଦନ୍ତ ରିପୋର୍ଟକୁ ଆଧାର କରି ଆଜି ରାଜ୍ୟ ସରକାର ଶ୍ରୀମତୀ ସାହୁଙ୍କୁ ନିଲମ୍ବନ କରିଥିବା ଯଣାପଡିଛି ।

ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲା ଶ୍ରମ ଅଧିକାରିଣୀ ଜଶ୍ମିନ ସାହୁ ଭଦ୍ରକ ଠାରେ କାର୍ଯ୍ୟରତ ଥିବା ସମୟରେ କିଛି ଦଲାଲଙ୍କ ମାଧ୍ୟମରେ ଟଙ୍କା ନେଇ ଲେବର କାର୍ଡ ବାଣ୍ଟିବା ଏକ ଅଡିଓ କଲ୍ କଥାବାର୍ତ୍ତାର ଭାଇରାଲ ହୋଇଥିଲା। ଶ୍ରମ ବିଭାଗ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe