ଦବି ଯାଉଛି ଜାତୀୟ ରାଜପଥ

Advertisment
ଦବି ଯାଉଛି ଜାତୀୟ ରାଜପଥ

ରାୟଗଡ଼ା: ଅମଲାଭଟା ଠାରୁ ତାଣ୍ଡିକଣା ପର୍ଯ୍ୟନ୍ତ ଚାଲିଥିବା ନୂତନ ରାସ୍ତା ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦବି ଯାଇଥିବା ଜଣାପଡ଼ିଛି। ନୂଆ ସଡ଼କ ଦବିଯିବା ପାଇଁ ବୈଷୟିକ ତ୍ରୁଟି ନା ନିମ୍ନମାନର କାର୍ଯ୍ୟ ଯୋଗୁଁ ହୋଇଛି ତାହା ସ୍ପଷ୍ଟ ଭାବେ କୁହାଯାଇନାହିଁ। ୩୨୬ ନମ୍ବର ଜାତୀୟ ରାଜପଥର ମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କଲଭର୍ଟ ନିକଟରେ ରାସ୍ତା ଦବିଯାଇଥିବା ଦେଖାଯାଇଛି। ପ୍ରକଳ୍ପ ନିର୍ମାଣ ସମୟରେ ଉପଯୁକ୍ତ ତଦାରଖ ହେଉନଥିବା ଯୋଗୁଁ ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅପର ପକ୍ଷରେ ନିର୍ମାଣ ସଂସ୍ଥା ପାଟିଲ କନଷ୍ଟ୍ରକସନ୍‌ ପରିଚାଳକ କହିଛନ୍ତି ଯେ ରାସ୍ତା ଦବି ଯାଇଥିବା ସ୍ଥାନରେ ମରାମତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ରାସ୍ତା କାହିଁକି ଦବି ଯାଇଛି ସେ ଉପରେ ଯାଞ୍ଚ କରାଯାଉଛି ବୋଲି ମତବ୍ୟକ୍ତ କରିଛନ୍ତି। ତ୍ରୁଟି ଗୁଡ଼ିକ ଦୃଷ୍ଟିକୁ ଆସିବା ମାତ୍ରେ ମରାମତି ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଏବଂ ରାସ୍ତାର ଗୁଣବତ୍ତା ଉପରେ ପ୍ରାଧାନ୍ୟ ଦିଆଯାଉଛି ବୋଲି ପରିଚାଳକ ସଫେଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe