ସିଂଗାପୁର ରେଳ ଷ୍ଟେସନରେ ଅବ୍ୟବସ୍ଥା : ସପ୍ତାହେ ହେଲା ପାଣି ଓ ଆଲୋକ ନାହିଁ

Advertisment
ସିଂଗାପୁର ରେଳ ଷ୍ଟେସନରେ ଅବ୍ୟବସ୍ଥା : ସପ୍ତାହେ ହେଲା ପାଣି ଓ ଆଲୋକ ନାହିଁ

ରାୟଗଡ଼ା : ରାୟଗଡ଼ରୁ ମାତ୍ର ୧୦ କିମି ଦୂର ସିଂଗାପୁର (ଜେକେପୁର)ରେଳଷ୍ଟେସନଟି ଅବ୍ୟବସ୍ଥା ଘେରରେ ରହିଛି। ଶିଳ୍ପ ନଗରୀ ଜେକେପୁର ଅଞ୍ଚଳରୁ ପ୍ରତିଦିନ ଶତାଧିକ ଲୋକ ଟ୍ରେନରେ ଯାତାୟତ କରୁଥିବା ବେଳେ ଅନ୍ୟ ଷ୍ଟେସନ ଭଳି ଏହାକୁ ଉନ୍ନତି କରି ଯାତ୍ରୀଙ୍କ ସୁବିଧା କରିବା ନିମନ୍ତେ ରେଳବାଇ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ଉନ୍ନତି କରିବା ତ ଦୂରର କଥା ଗତ ସପ୍ତାହ ଧରି ଷ୍ଟେସନରେ ପାଣି ଏବଂ ବାହାରେ ଆଲୋକ ବ୍ୟବସ୍ଥା ନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଆଲୋକ ନଥିବାରୁ ରାତିରେ ହୀରାଖଣ ଟ୍ରେନ, ଆଲ୍‌ପି ବୋକାର ଏକ୍ସପ୍ରେସ, ରାଉରକେଲା-କୋରାପୁଟ ଇଣ୍ଟରସିଟି, ଜୁନାଗଡ଼-ଭୁବନେଶ୍ୱର ଲିଙ୍କ ଏକ୍ସପ୍ରେସ ଟ୍ରେନ ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଜିନିଷ ଚୋରି ହେବା ସମ୍ଭାବନା ଦେଖାଦେଇଛି । ଷ୍ଟେସନ୍‌ ଅଂଚଳ ଅନ୍ଧାରୁଆ ହୋଇ ରହୁଥିବା ଯୋଗୁଁ ଯାତ୍ରୀ ବି ଅସୁରକ୍ଷିତ ମନେ କରୁଛନ୍ତି । ଏଥିନେଇ ଷ୍ଟେସନ ପରିଚାଳକ ଏମ ସି ମାଝିଙ୍କୁ ପଚାରିବାରୁ ମରାମତି ପାଇଁ ରେଳବାଇ ପକ୍ଷରୁ ବିଦ୍ୟୁତ ବିଭାଗ ଓ ଜଳ ଯୋଗାଣ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି। ରେଳବାଇ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଏହି ଷ୍ଟେସନରେ ଏଭଳି ସମସ୍ୟା ଏକ ସପ୍ତାହ ଧରି ଲାଗି ରହିଛି ବୋଲି ବହୁ ଯାତ୍ରୀ ଅଭିଯୋଗ କରିଛନ୍ତି । ତୁରନ୍ତ ସିଂଗାପୁର ରେଳ ଷ୍ଟେସନରେ ଆଲୋକ ଓ ପାଣି ବ୍ୟବସ୍ଥା ସହ ଯାତ୍ରୀଙ୍କ ପାଇଁ ଅନ୍ୟାନ୍ୟ ସୁବିଧା କରିବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe