ସାବତ ପୁଅର ବୀଭତ୍ସ କାଣ୍ଡ : ବାପାକୁ ହତ୍ୟା କରି ପୋତିଦେଲା, ୧୩ଦିନ ପରେ କବରରୁ ବାହାରିଲା ଗଳିତ ଶବ

ସାବତ ପୁଅର ବୀଭତ୍ସ କାଣ୍ଡ : ବାପାକୁ ହତ୍ୟା କରି ପୋତିଦେଲା, ୧୩ଦିନ ପରେ କବରରୁ ବାହାରିଲା ଗଳିତ ଶବ

ଗୁଣପୁର : ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତ ବଡବୁର୍ଜୁଗୁଡା ଗାଁରେ ଅଭାବନୀୟ ଘଟଣା ଘଟିଛି। ପ୍ରତିଶୋଧର ନିଆଁରେ ଜଳୁଥିବା ସାବତ ପୁଅ ଅତି ନିର୍ମମ ଭାବେ ବାପାକୁ ହତ୍ୟା କରି ପୋତି ଦେଇଥିଲା। ପ୍ରାୟ ୧୩ଦିନ ପରେ ବିଶ୍ୱସ୍ତ ସୂତ୍ର ଓ ଘଟଣାର ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ପୁଲିସ ଗଳିତ ଶବକୁ ଉଦ୍ଧାର କରିଛି। ମାମଲା ରୁଜୁ କରି ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସାବତ ପୁଅ ସୁବାସ ପାଲକା ଏବଂ ତଟାଗୁଡା ଗ୍ରାମର ନବୀନ ବିଡିକାକୁ ଅଟକ ରଖିଛି। ପଚରାଉଚୁରା ପରେ ଆସନ୍ତାକାଲି ଦୁହିଁଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ଚେରମୂଳି ଔଷଧ ବିକ୍ରି କରି ଜୀବିକା ନିର୍ବାହ କରୁଥିବା ବଡବୁର୍ଜୁଗୁଡା ଗାଁର ରୁଗୁଡୁ ପାତିକା (୫୫) ବହୁ ବର୍ଷ ତଳେ ପତ୍ନୀଙ୍କୁ ହରାଇଥିଲେ। ଏହାପରେ ସେ ସେହି ଗାଁର ବିଧବା ତଥା ଅଭିଯୁକ୍ତ ସୁବାସ ପାଲକାଙ୍କ ମା’ ନାରସମ୍ମା ପାଲକାଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ୨୦୧୫ ମସିହାରେ କାମଳ ରୋଗରେ ନାରସମ୍ମାଙ୍କ ମୃତ୍ୟୁ ହୋଇଯାଇଥିଲା। ରୁଗୁଡୁ ହିଁ ଚେରମୂଳି ଔଷଧ ଦେଇ ମା’କୁ ହତ୍ୟା କରିଥିବା ସେ ସନ୍ଦେହ କରୁଥିଲା। ତେଣୁ ପ୍ରତିଶୋଧ ନେବାକୁ ଯୋଜନା କରି ତଟାଗୁଡା ଗାଁର ନବୀନ ବିଡିକାର ସହାୟତା ନେଇଥିଲା। ଦୁହେଁ ଚଳିତ ମାସ ୬ତାରିଖ ଦିନ ରାତିରେ ଘରେ ଶୋଇଥିବା ରୁଗୁଡୁଙ୍କୁ ନାତୁଣୀ ରାହୁଲୁଆମ୍ମା ପାତିକା (୧୩) ସମ୍ମୁଖରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଶବକୁ ନେଇ ଗାଁ ଶ୍ମଶାନରେ କବର ଦେଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ।

ଘଟଣାର ପ୍ରାୟ ୧୨ଦିନ ପରେ ଗତକାଲି ପୁଲିସକୁ କୌଣସି ସୂତ୍ରରୁ ହତ୍ୟାକାଣ୍ଡ ସଂପର୍କରେ ସୂଚନା ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe