ଯୁବକଙ୍କ ମୃତଦେହକୁ ମିଳିଲାନି ବ୍ୟବଚ୍ଛେଦ ସୁବିଧା, କାନ୍ଧରେ ବୋହିନେଲେ ପରିବାର ଲୋକ

Advertisment
ଯୁବକଙ୍କ ମୃତଦେହକୁ ମିଳିଲାନି ବ୍ୟବଚ୍ଛେଦ ସୁବିଧା, କାନ୍ଧରେ ବୋହିନେଲେ ପରିବାର ଲୋକ

କଲ୍ୟାଣସିଂହପୁର: ଗୋଟିଏ ମାସ ଘରୁ ନିଖୋଜ ଥିବା ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହେବା ଘଟଣା ଯେତିକି ଚାଞ୍ଚଲ୍ୟ ଖେଳାଇ ନଥିଲା, ପରିବାର ଲୋକ ବାଞ୍ୟ ହୋଇ ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ବୋହି ନେବା ଘଟଣା ତାଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି।

ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଦୁଡୁକାଵାଲ ଗ୍ରାମର ବାବୁଲା ଗୌଡ଼ କୌଣସି କାରଣରୁ ଘର ଛାଡ଼ି କେଉଁଆଡ଼େ ପଳାଇ ଯାଇଥିଲେ। ଏହାପରେ ବାବୁଲା ନିଜ ଘରକୁ ଫେରିନଥିବା ବେଳେ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ। କିନ୍ତୁ ନ ପାଇବାରୁ ସେ ଗତ ମାସ ୬ ତାରିଖରୁ ନିଖୋଜ ଥିଲେ ବୋଲି ପରିବାର ଲୋକେ ୧୦ ତାରିଖରେ ଟିକିଲି ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଟିକିରି ଥାନା ପକ୍ଷରୁ ମଧ୍ୟ ଖୋଜାଖୋଜି ଜାରି ରହିଥିଲା କିନ୍ତୁ ଆଜି ବାଵୁଲାଙ୍କ ମୃତଦେହ ନିକଟସ୍ଥ ଗ୍ରାମ ପାଖରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଥିବା ଜାଣିବାକୁ ପାଇ ଟିକିଲି ପୁଲିସ ଥାନାକୁ ଜଣାଇଥିଲେ। ଏହାପରେ ଘଟଣାସ୍ଥଳରେ ଟିକିରି ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି।
ଏହି ଘଟଣା ଘଟିବା ପରେ ଉକ୍ତ ଶବର ଶରୀରରେ ମାଂସ ନଥିବାରୁ ଟିକିରିଠାରେ ବ୍ୟବଚ୍ଛେଦ ହୋଇପାରିବନାହିଁ। କୋରାପୁଟ ମେଡିକାଲରେ ହେବ ବୋଲି ପୁଲିସ କହିଥିଲେ। ଏହାପରେ ଶବ ନେବା ପାଇଁ ଗାଡ଼ି ନ ମିଳିବାରୁ ବାଧ୍ୟ ହୋଇ ପରିବାରଲୋକ ଏକ ଖଟିଆରେ ପ୍ରାୟ ୭ କିମି ବୋହି ନେବାପରେ ପୁଲିସ ଶବକୁ ଅଟକାଇ ଉତ୍କଳର ଆଲୁମିନର ଏକ ଆମ୍ବୁଲାନ୍ସରେ କୋରାପୁଟ ନେଇଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ଶବକୁ ମଧ୍ୟ ଗାଡ଼ି ମିଳିନଥିବାରୁ ଦୁର୍ଭାଗ୍ୟଜନକ ବିଷୟ ବୋଲି ଲୋକେ କହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe