ଶିଶୁପୁତ୍ରର ମୃତ୍ୟୁକୁ ନେଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଶିଶୁପୁତ୍ରର ମୃତ୍ୟୁକୁ ନେଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ରାୟଗଡ଼ା: ୨୦ଦିନର ଶିଶୁପୁତ୍ରର ମୃତ୍ୟୁକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା। ପରିବାର ଲୋକେ ଓ ଡାକ୍ତର ଓ ନର୍ସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ ରହିଥିବା ଜଣାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ରାୟଗଡ଼ା ସହର ରାଣୀଗୁଡ଼ା ଅଞ୍ଚଳରେ ରହୁଥିବା ଜି.ସୁରେଶ ଓ ମୋନିକାଙ୍କ ୨୦ଦିନର ନବଜାତ ଶିଶୁଙ୍କ ଗତକାଲି ଅପରାହ୍ଣରେ ହଠାତ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶିଶୁ ବିଶେଷଜ୍ଞ ଡାକ୍ତର ଶ୍ରୀମତୀ ଅମୃତଶ୍ରୁତି ପାତ୍ର ଏସଏନସିୟୁରେ ଶିଶୁକୁ ଚିକିତ୍ସା କରିଥିଲେ ମଧ୍ୟ ଆଜି ସକାଳ ୯ଟା ସମୟରେ ଶିଶୁପୁତ୍ରଟିର ମୃତ୍ୟ ହୋଇଯାଇଥିଲା।

ତେବେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁଁ ଶିଶୁପୁତ୍ରଟିର ମୃତ୍ୟୁ ହାେଇଛି ବୋଲି ପରିବାର ଲାେକେ ନିଜ ଜିଦରେ ଅଡି ବସି ଅଭିଯୋଗ କରିଛନ୍ତି।  ଅପରପକ୍ଷେ ଶିଶୁକୁ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲକୁ ଅଣାଯାଇଥିଲା। ତଥାପି ଶିଶୁକୁ ବଞ୍ଚାଇବା ପାଇଁ ସମସ୍ତ ଚିକିତ୍ସା କରାଯାଇଥିଲେ ମଧ୍ୟ ଶିଶୁଟିର ଜୀବନ ବଞ୍ଚାଇ ପାରି ନ ଥିଲୁ। ପରିବାର ଲୋକେ ଆଣୁଥିବା ଅଭିଯୋଗ ମିଥ୍ୟା ବୋଲି ଡାକ୍ତର ପାତ୍ର ପ୍ରକାଶ କରିଛନ୍ତି । ତେବେ ଏ ଘଟଣା ନେଇ ରାୟଗଡ଼ା ଥାନାରେ କୈାଣସି ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe