ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ରାକ୍ଟର, ୨ ମୃତ

ଭାରସାମ୍ୟ ହରାଇ ଘରେ ପଶିଗଲା ଟ୍ରାକ୍ଟର, ୨ ମୃତ

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ତେମ୍ବାଗୁଡା ଗ୍ରାମରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ଏକ ଘରେ ପଶି ଯିବା ଯୋଗୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ନରସିଂହ ଶବର ଓ ଲାଲୁ ବିଡିକା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଲୋକେ ଆନ୍ଦୋଳନକୁ ଓଲ୍ହାଇ ଥିବାରୁ ପଦ୍ମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି। ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରଟି ଗାଁ ପାଖ ଜମିରେ ଚାଷ କରି ଫେରୁଥିଲା। ଫେରିବା ରାସ୍ତାରେ ହଠାତ ଟ୍ରାକ୍ଟରର ଆଗ ଚକ ବାହାରି ପଡ଼ିଥିଲା। ଫଳରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଏକ ଘର ଭିତରକୁ ପଶି ଯାଇଥିଲା। ଘର ସମ୍ମୁଖରେ ବସିଥିବା ନରସିଂହ ଓ ଲାଲୁ ଉପରେ ଟ୍ରାକ୍ଟର ଚଢିଯିବା ଯୋଗୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe