ଏମ୍‌ଆରଙ୍କ ଯୋଗୁଁ ଚିକିତ୍ସା ସେବା ବାଧାପ୍ରାପ୍ତ

ଏମ୍‌ଆରଙ୍କ ଯୋଗୁଁ ଚିକିତ୍ସା ସେବା ବାଧାପ୍ରାପ୍ତ

କଲ୍ୟାଣସିଂହପୁର: ରାଜ୍ୟ ସରକାର ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇବା ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସମସ୍ତ ମେଡିକାଲରେ ନିରାମୟ କେନ୍ଦ୍ର ଖୋଲି ରୋଗୀଙ୍କୁ ମାଗଣାରେ ଔଷଧ ବିତରଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି। କିନ୍ତୁ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଡାକ୍ତରଙ୍କ ଅନିଛା ଯୋଗୁଁ ଏହି ଯୋଜନା ବିଫଳ ହେବାରେ ଲାଗିଛି। ଏହି ବ୍ଲକରେ ୧୪ଟି ପଞ୍ଚାୟତର ପ୍ରାୟ ୬୦ହଜାର ଲୋକଙ୍କ ନିମନ୍ତେ ଶିକରପାଇ, ମାଝିଗୁଡା, ବଡତଡରା ଠାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ କଲ୍ୟାଣସିଂହପୁର ଠାରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହଛି। ମାଝିଗୁଡା ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଡାକ୍ତର ବହୁ ସମୟରେ ଅନୁପସ୍ଥିତ ରହୁଥିବାରୁ ରୋଗୀ ଫାର୍ମାସିଷ୍ଟଙ୍କୁ ଦେଖାଇ ଚାଲିଯାଉଛନ୍ତି।

ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ରୋଗୀ ଦେଖିବା ବଦଳରେ ବିଭିନ୍ନ ଔଷଧ କମ୍ପାନିର ପ୍ରତିନିଧି(ଏମଆର)ଙ୍କୁ ପ୍ରାଥମିକତା ଦେଉଥିବାରୁ ରୋଗୀ ଚିକିତ୍ସାରେ ବିଳମ୍ବ ଯୋଗୁଁ କେତେକ ନିରାଶ ହୋଇ ଫେରିଯାଇ କ୍ୱାକ ପାଖରେ ଚିକିତ୍ସା ହେଉଥିବା ଅଭିଯୋଗ ହୋଇଛି। ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ ମେଡିକାଲରେ ନିରାମୟ ଔଷଧ ଦେବା ବଦଳରେ ବାହାରେ ଔଷଧ ଦୋକାନରୁ କିଣି ଆଣିବାକୁ ପରାମର୍ଶ ଦେଉଥିବା ଅଭିଯୋଗ ହୋଇଛି। ସରକାରଙ୍କ ନିରାମୟ ଯୋଜନାରେ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ କେମିତି ଚାଲୁଛି ଏଥିରୁ ଅନୁମାନ କରାଯାଇପାରେ। ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଉଥିବା ବେଳେ ଏଠାକାର ଡାକ୍ତରମାନେ ରୋଗୀଙ୍କୁ ଚିକିତ୍ସା ବଦଳରେ ଦୁର୍ବ୍ୟବହାର କରିବା ଦୁର୍ଭାଗ୍ୟ ଅଟେ। ତେଣୁ ଏହି ଘଟଣାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଗମ୍ଭିରତାର ସହ ତଦନ୍ତ କଲେ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe