୫ଟ୍ରକ ଦୁର୍ଘଟଣା ଗ୍ରସ୍ତ

Advertisment
୫ଟ୍ରକ ଦୁର୍ଘଟଣା ଗ୍ରସ୍ତ

ବିଷମକଟକ: ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକୋଣା ନିକଟ ରେଳବାଇ ଫାଟକ ନିକଟରେ ଦିନକ ମଧ୍ୟରେ ୫ଟି ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଖବର ନେବାରୁ ଜଣାଯାଇଛି ଯେ, ଗୁରୁବାର ଦିନ ସକାଳେ ରାୟଗଡା ଅଭିମୁଖେ ଯାଉଥିବା ଏକ ଟ୍ୟାଙ୍କର ଭାରସାମ୍ୟ ହରାଇ ରେଳବାଇ ଫାଟକ ପୂର୍ବ ପାଚେରୀ ଲୁହା ପୋଲରେ ଧକ୍କା ଦେଇଥିଲା। ଯାହାଫଳରେ ପଛରେ ଆସୁଥିବା ଅନ୍ୟ ଗୋଟିଏ ଟ୍ରକ ନିୟନ୍ତ୍ରଣ ହରାଇ ଟ୍ୟାଙ୍କରରେ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ସେହିପରି ଅପରାହ୍ନରେ ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ପୁଣି ଗୋଟିଏ ଟ୍ୟାଙ୍କର ପାଚେରି ଲୁହା ପୋଲରେ ଧକ୍କା ଦେଇଥିଲା ବେଳେ ଟ୍ୟାଙ୍କର ଉପରେ ଗୋଟିଏ ଟ୍ରଲର ଚଢି ଯାଇଥିଲା। ଦୁର୍ଘଟଣା ହେବା ସମୟରେ ବିଷମକଟକ ଅଭିମୁଖେ ମଟର ସାଇକଲ ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇ ବାଇକ ଆରୋହୀ ଆହତ ହୋଇଛନ୍ତି। ଟ୍ରକ ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଡ୍ରାଇଭର, ହେଲପର ସାମାନ୍ୟା ଆହତ ହୋଇଛନ୍ତି। ଘଟଣା ସଂକ୍ରାନ୍ତରେ ବିଷମକଟକ ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଦତଦନ୍ତ ଆରମ୍ଭ କରିବା ସହ ଗାଡି ଗୁଡିକର କାଗଜପତ୍ର ଯାଞ୍ଚ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe