ରାୟଗଡ଼ା: ରାୟଗଡ଼ାର ସ୍ବନାମଧନ୍ୟ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଶିକ୍ଷକ ଦ୍ବିତୀଚନ୍ଦ୍ର ସାହୁଙ୍କୁ ଆକ୍ରମଣ କରି ମୋବାଇଲ ଲୁଟ୍ ଘଟଣାରେ କମିସନରେଟ୍ ପୁଲିସ ଦୁଇ ଜଣଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। କମିସନରେଟ୍ ପୁଲିସ ଏହାର ତଦନ୍ତ କରି ଭୁବନେଶ୍ବର ବୁଦ୍ଧ ନଗରର ଅର୍ଜୁନ ପ୍ରଧାନ ଓ ପିଡବ୍ଲ୍ୟୁଡି ବସ୍ତି କଦଳୀ ଗୋଦାମର ସୁନିଲ ନାଇକକୁ ଗିରଫ କରି ତାଙ୍କ ଠାରୁ ୩ଟି ମୋବାଇଲ ଫୋନ ଜବତ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ଭୁବନେଶ୍ୱରରେ ଆକ୍ରମଣ

ଗତ ସୋମବାର ଦିନ ରାୟଗଡ଼ାର ଶିକ୍ଷକ ଶ୍ରୀ ସାହୁ ରାଜ୍ୟ ଶିକ୍ଷା ଗବେଷଣା ପ୍ରତିଷ୍ଠାନର ଏକ କର୍ମଶାଳାରେ ଯୋଗ ଦେବା ପାଇଁ ଭୁବନେଶ୍ୱର ଯାଇଥିଲେ। ୬ ନମ୍ବର ପ୍ଲାଟଫର୍ମରୁ ବାହାରି କଟକରୋଡକୁ ଚାଲିଚାଲି ଯାଉଥିବା ବେଳେ ତାଙ୍କୁ ଅଜଣା ଦୁର୍ବୃତ୍ତ କାଠ ଫାଳିଆରେ ଆକ୍ରମଣ କରି ତାଙ୍କ ଠାରୁ ମୋବାଇଲ ଫୋନ ଲୁଟି ନେଇଥିଲେ। ଆକ୍ରମଣ ଯୋଗୁଁ ତାଙ୍କ ମୁଣ୍ଡରେ ୧୨ଟି ଷ୍ଟିଚ୍ ପଡ଼ିଥିଲା।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ଛାଡ଼ି ଇସ୍ତଫା ଦେଲେ ସବୁ ମନ୍ତ୍ରୀ

ଏନେଇ ସେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଥିଲେ। ବିଭିନ୍ନ ସଂଗଠନ ଏବଂ ବୁଦ୍ଧିଜୀବି ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ଦାବି କରିଥିଲେ। ଏପରିକି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଶ୍ରୀ ସାହୁଙ୍କ ଆକ୍ରମଣ ଘଟଣାରେ ଚିନ୍ତାବ୍ୟକ୍ତ କରି ରାଜଧାନୀରେ ଘଟୁଥିବା ଅପରାଧକୁ ନେଇ ସମାଲୋଜନା କରିଥିଲା। ଆହତ ଶ୍ରୀ ସାହୁ ଏବେ ବିପଦ ମୁକ୍ତ ଥିବା ଡ଼ାକ୍ତର କହିଥିବା ସେ ଆଜି ରାୟଗଡ଼ା ଫେରୁଥିବା ତାଙ୍କ ବଡଭାଇ କିର୍ତ୍ତୀ ଚନ୍ଦ୍ର ସାହୁ ପ୍ରକାଶ କରିଛନ୍ତି।

Rayagada | president | Attack