ଟ୍ୟାଙ୍କର ସହ ମୁହାଁମୁହିଁରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ପାଲୁପାଇ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ତେଲ ଟ୍ୟାଙ୍କର ଓ ବାଇକ୍‌ ମୁହାଁମୁହିଁ ହୋଇଛନ୍ତି। ଫଳରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।

Rgd

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଥାନା ପାଲୁପାଇ ଗ୍ରାମ ନିକଟ ୩୨୬ ନମ୍ବର ଜାତୀୟ ରାଜପଥରେ ଏକ ତେଲ ଟ୍ୟାଙ୍କର ଓ ବାଇକ୍‌ ମୁହାଁମୁହିଁ ହୋଇଛନ୍ତି। ଫଳରେ ୨ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। 

ରାମନାଗୁଡା ପୁଲିସ ଘଟଣାସ୍ଥଳରେ ପହଁତି ମୃତଦେହକୁ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରଖିଥିବା ଜଣାପଡ଼ିଛି। ମୃତକମାନଙ୍କ ପରିଚୟ ମିଳିପାରିନାହିଁ। 

ଦୁର୍ଘଟଣାଗ୍ରସ୍ତ ବାଇକ ନଂ ଓଡି ୧୮-ବି-୭୮୪୨ ଭାସ୍କର ରାଓ ମିଣିଆକାଙ୍କ ହୋଇଥିବା ବ‌େଳେ ସେ ରାୟଗଡ଼ା ବ୍ଲକ ଗୁମ୍ମା ନିକଟସ୍ଥ ଟୁଲୁଗୁଡା ଗ୍ରାମର ବୋଲି ଜଣାପଡ଼ିଛି। କିନ୍ତୁ ଦୁର୍ଘଟଣାରେ କିଏ ମୃତ୍ୟୁବରଣ କରିଛି ପରିଚୟ ମିଳିପାରିନଥିବା ରାମନାଗୁଡା ପୁଲିସ ପ୍ରକାଶ କରିଛି।

Rayagada | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe