ବଜ୍ରାଘାତରେ ଦୁଇ ଗୁରୁତର

Advertisment
ବଜ୍ରାଘାତରେ ଦୁଇ ଗୁରୁତର

ଗୁଡାରି: ରାୟଗଡା ଜିଲ୍ଲା ଗୁଡାରି ବ୍ଲକ ଅନ୍ତର୍ଗତ ବାଦିଗୁଡା ଗ୍ରାମ ନିକଟରେ ବଜ୍ରାଘାତ ଘଟି ୨ଜଣ ଗୁରୁତର ହୋଇଛନ୍ତି। ଉଭୟଙ୍କୁ ଚିକିତ୍ସାଳୟରେ ଭର୍ତି କରାଯାଇଛି।
ସୂଚନା ଅନୁଯାୟୀ, ଗୁଡାରି ନିକଟସ୍ଥ ବାଦିଗୁଡା ଗ୍ରାମର ବୁଡୁ ପ୍ରଧାନୀ(୬୦) ଓ ପ୍ରମିଳା ବେହେରା(୩୫) ଆଜି ଗାଁ ନିକଟସ୍ଥ ଏକ କପା ବାଡ଼କୁ କାମ କରୁଥିଲେ। ତେବେ ଅପରାହ୍ନରେ ବର୍ଷା ହେବାରୁ ଉଭୟେ ନିକଟରେ ଥିବା ଏକ ତାଳ ଗଛ ମୂଳେ ଆଶ୍ରୟ ନେଇଥିଲେ। ତେବେ ସେଠାରେ ହଠାତ୍‌ ବଜ୍ରାଘାତ ହେବାରୁ ଉଭୟେ ଅଚେତ ହୋଇପଡିଥିଲେ। ନିକଟରେ କାମ କରୁଥିବା କିଛି ଲୋକ ଏହା ଦେଖିବା ପରେ ୧୦୮ ଆମ୍ବୁଲାନ୍‌ସକୁ ଫୋନ କରିଥିଲେ। ପରେ ଆମ୍ବୁଲାନ୍‌ସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଗୁଡାରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉଭୟଙ୍କୁ ଭର୍ତି କରାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପ୍ରମିଳା ବେହେରାଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ବୁଡୁ ପ୍ରଧାନୀଙ୍କ ଗୁଡାରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe