ଧରାପଡ଼ିଲେ ତିନି ନାବାଳକ ବାଇକ ଚାଳକ: ଗଣିଲେ ୭୫୦୦୦ ଟଙ୍କା ଜରିମାନା

Advertisment
ଧରାପଡ଼ିଲେ ତିନି ନାବାଳକ ବାଇକ ଚାଳକ: ଗଣିଲେ ୭୫୦୦୦ ଟଙ୍କା ଜରିମାନା

ରାୟଗଡା: ରାୟଗଡା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସକାଳୁ ସକାଳୁ ଗାଡି ଯାଞ୍ଚ ଆରମ୍ଭ ହୋଇଥିଲା। ମଦ ପିଇ ଗାଡି ଚଲାଇବା,ଲାଇସେନସ ନଥାଇ ଗାଡି ଚଲାଇବା, ନାବାଳକମାନେ ବେପାରୁଆ ଭାବେ ଗାଡି ଚଳାଇବା ଦ୍ବାରା ଲଗାତାର ଦୁର୍ଘଟଣା ଘଟି ଚାଲିଥିବାରୁ ରାଜ୍ୟ ପରିବହନ ପ୍ରାଧିକରଣ ତରଫରୁ ଆଜି ଠାରୁ ସପ୍ତାହ ବ୍ୟାପି ଧରପଗଡ ଆରମ୍ଭ କରିବାକୁ ନିର୍ଦେଶ ରହିଥିବାରୁ ଚଢାଉ ଆରମ୍ଭ ହୋଇଛି।ଆଜି ୩ ଜଣ ନାବାଳକ ବେପାରୁଆ ଭାବେ ଗାଡି ଚଲାଉଥିବା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କରାଯାଉଥିବା ସମୟରେ ଧରାପଡିଛନ୍ତି। ସେମାନଙ୍କ ଠାରୁ ଗାଡି ଜବତ କରାଯିବା ସହ ଜଣକ ପିଛା ୨୫ ହଜାର ଟଂକା ଜୋରିମାନା ଆଦାୟ କରାଯାଇଛି।publive-image
ପ୍ରକାଶ ଥାଉକି ଅଭିଭାବକମାନେ ନିଜ ସ୍କୁଲ ଏବଂ କଲେଜ ପିଲାଙ୍କୁ ବେପାରୁଆ ଭାବେ ଗାଡି ଦେଇ ସ୍କୁଲ ଓ କଲେଜ ଯିବାକୁ କହୁଛନ୍ତି। ପରିବହନ ବିଭାଗ ଏନେଇ ଅନେକ ଥର ସଚେତନ କରାଇବା ପରେ ମଧ୍ୟ ଆଇନକୁ ଉଲଙ୍ଘନ କରି ନାବାଳକମାନେ ଗାଡି ଦ୍ରୁତ ଗତିରେ ଚଲାଉଥିବା ଦେଖିବାକୁ ମିଳିଛି।ଡ୍ରାଇଭିଂ ଲାଇସେନସ ନଥାଇ ସ୍କୁଲ ପିଲାମାନେ ଗାଡି ଚଲାଉଥିଲେ ସେମାନଙ୍କର ବାପା ୨୫ ହଜାର ଟଂକା ତଣ୍ଡ ଗଣିବେ ବୋଲି ନିର୍ଦେଶ ରହିଛି। ଆବଶ୍ୟକ ପଡିଲେ ଗାଡି ମାଲିକ ଗିରଫ ହୋଇ ଜେଲ ମଧ୍ୟ ଯିବେ ବୋଲି ନିୟମ ରହିଛି।

ସୂଚନାଯୋଗ୍ୟ ଯେ ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହରେ ଯେପରି ଶୂନ୍ୟ ମୃତାହତ ରହିବ ସେନେଇ କେନ୍ଦ୍ର ସଡକ ଓ ପରିବହନ ବିଭାଗ ରାଜ୍ୟକୁ ନିର୍ଦେଶ ଦିଆଯାଇଛି। ତେଣୁ ଆଜି ଠାରୁ ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଏହି ଚଢାଉ ଜାରି ରହିବ ବୋଲି କୁହାଯାଇଛି। ଏନେଇ ଗତ ୨୦୨୦ରେ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶକରାଯାଇ ଗାଡି ମାଲିକ ୨୫ ହଜାର ଜୋରିମାନା ସହ ୩ ମାସ ଜେଲ ମଧ୍ୟ ଭୋଗିବେ।ଏପରିକି ଗାଡିର ଆରସି ମଧ୍ୟ ଏକ ବର୍ଷ ପାଇଁ ବାତିଲ କରାଯିବ। ସଂପୃକ୍ତ କିଶୋର ବାଡି ଚାଳକକୁ ୨୫ ବର୍ଷ ନହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନସ ମଧ୍ୟ ପ୍ରଦାନ କରାଯିବ ନାହିଁ ବୋଲି ନିର୍ଦେଶ ରହିଛି। ୧୬ରୁ ୧୮ ବର୍ଷର ପିଲାଙ୍କ ପାଇଁ ୫୦ ସିସିର ଗାଡି ଚଲାଇବା ପାଇଁ ଡ୍ରାଇଭିଂ ଲାଇସେନସ ମିଳି ପାରିବ ବୋଲି କୁହାଯାଇଛି। କିନ୍ତୁ ବଡ ଗାଡି ପାଇଁ ଲାଇସେନସ ଦିଆଯିବ ନାହିଁ।ଯାହାଫଳରେ ପିଲାମାନେ ନିୟମକୁ ବେଖାତିର କରି ଦ୍ରୁତ ଗତିରେ ଗାଡି ଚଳାଉଥିବା ଦେଖିବାକୁ ମିଳିଛି।ରାୟଗଡା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଅନ୍ୟ ୫୦ରୁ ଊର୍ଦ୍ଧ୍ବ ଗାଡି ଚାଳକମାନଙ୍କୁ ମଧ୍ୟ ଚଢାଉ କରାଯାଇ ଜୋରିମାନା ସହ ଚେତାବନୀ ଦିଆଯାଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe