ହାଲୱା ନିକଟରେ ୨ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ

Advertisment
ହାଲୱା ନିକଟରେ ୨ ପିକ୍‌ଅପ୍‌ ଭ୍ୟାନ୍‌ ମୁହାଁମୁହିଁ

ରାୟଗଡ଼ା: ରାୟଗଡ଼ା ସହର ଠାରୁ ମାତ୍ର ୭ କିଲୋମିଟର ହାଲୱା ଢାବା ନିକଟରେ ଦୁଇ ପିକ୍‌ଅପ୍‌ ଭ୍ୟାନ୍‌ ମଧ୍ୟରେ ଧକ୍କା ହୋଇଛି। ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ପଡିଥିବା ବେଳେ ଅନ୍ୟଟି ଠିଆ ହୋଇ ରହିଥିଲା।

ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି। ହାଇୱା ନିକଟରେ ପ୍ରାୟତଃ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟେ। ଦୁଇ ପିକ୍‌ଅପ୍‌ ଭ୍ୟାନ୍‌ ଦ୍ରୁତଗତିରେ ଆସୁଥିବାରୁ ଦୁହିଁଙ୍କ ମଧ୍ୟରୁ ଜଣେ ଭୁଲ ରାସ୍ତାରେ ଯିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ତେବେ ଦୁଇଟି ଗାଡିର ଡ୍ରାଇଭରମାନେ ସୁରକ୍ଷିତ ଥିବା ପୁଲିସ କହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଡ୍ରାଇଭରକୁ ଥାନାକୁ ନେଇଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe