ଆମ୍ବଦୋଳା/ବିଷମକଟକ: ରାୟଗଡ଼ା ଜିଲ୍ଲାରେ ଆଜି ୨ଟି ଅସ୍ବଭାବାବିକ ମୃତ୍ୟୁ ଘଟିଛି। ମାଲବାହୀ ଟ୍ରକ୍‌ କାଠବୋଝେଇ ସାଇକେଲ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗଛରୁ ପଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ମୁନିଗୁଡ଼ା ଓ ଦ୍ବିତୀୟ ଘଟଣାଟି ବିଷମକଟକ ଅଞ୍ଚଳରେ ଘଟିଛି। 

Advertisment

ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅଧୀନସ୍ଥ ଅମ୍ବାଦଳା ମୁଖ୍ୟ ବଜାର ଜଗନ୍ନାଥ ମନ୍ଦିର ନିକଟ ମାଲବାହି ଟ୍ରକ ମାଡିଯିବାରୁ ସାଇକେଲ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଅମ୍ବାଦଳା ଥାନା ଇଚ୍ଛାପୁର ପଞ୍ଚାୟତ ସାନ ନାଗଝୋରି ଗ୍ରାମର ଫୁଲେନ ପ୍ରାସ୍କା। ସେ ନିଜ ନିତିଦିନିଆ କାର୍ଯ୍ୟ କରି କିଛି ଜାଳେଣି କାଠ ନେଇ ବଜାରକୁ ଆସୁଥିବା ବେଳେ ଭବାନୀପାଟଣା ପଟୁ ଏକ ମାଲବାହୀ ଟ୍ରକ୍‌ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ ଚଢ଼େଇ ଦେଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ସାଇକେଲ ଆରୋହୀ ଫୁଲେନ୍‌ଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି। କ୍ଷତିପୁରଣ ଦାବି କରି ସ୍ଥାନୀୟ ଲୋକ ରାୟଗଡାରୁ  କଳାହାଣ୍ଡି ସଂଯୋଗ କରୁଥିବା ମଖ୍ୟ ରାଜ୍ୟ ରାଜପଥକୁ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ଆମ୍ବଦୋଳା ପୁଲିସ ଓ ପ୍ରଶାସନ ସ୍ଥାନୀୟ ଜନସାଧାରଣଙ୍କୁ ବୁଝାସୁଝା କରୁଥିବା ବ‌େଳେ କ୍ଷତିପୁରଣ ନମିଳିଲେ ରାସ୍ତାରୋକ ଉଠିବନାହିଁ ବୋଲି ଜିଦ ଧରିଛନ୍ତି।

ଆହୁରି ପଢ଼ନ୍ତୁ: Doctor Assaults Patient: ଅଣନିଶ୍ବାସୀ ଲାଗିବାରୁ ଚିକିତ୍ସା ପାଇଁ ଆସିଥିଲେ, ପିଟିଲେ ଡାକ୍ତର

ରାମକୃଷ୍ଣ ମିସନରେ ଛାତ୍ର ମୃତ 

ବିଷମକଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡ଼ାସ୍ଥିତ ରାମକୃଷ୍ଣ ମିସନର ଜଣେ ଛାତ୍ର ଗଛରୁ ପଡ଼ି ମୃତ୍ୟୁବରଣ କରିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ରାମକୃଷ୍ଣ ମିସନର ଦଶମ ଶ୍ରେଣୀର ଛାତ୍ର ବଂଶୀ ଦିଶାରୀ ମିସନ ପରିଷରରେ ରହିଥିବା ଏକ ଆମ୍ବ ଗଛ ଚଢିଥିବା ବେଳେ ଅସାବଧନାତା ବଶତଃ ଗଛରୁ ଖସି ତଳେ ପଡ଼ିଯାଇଥିଲେ। ବଂଶୀକୁ ଗୁରୁତର ଅବସ୍ଥାରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଷମକଟକ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଂଶୀ ଦିଶାରୀ ନବରଙ୍ଗପୁର ଜିଲ୍ଲା ପୁଜାରିଗୁଡା ଗ୍ରାମର ପୁରଣ ଦିଶାରିଙ୍କ ପୁଅ ବୋଲି ଜଣାଯାଇଛି। ଘଟଣା ସଂକ୍ରାନ୍ତରେ ମୃତ ଛାତ୍ରର ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପରିବାର ସଦସ୍ୟାମାନେ ପହଁଚିବା ପରେ ଶବ ବ୍ୟବଛେଦ କରାଯିବା ବୋଲି ମୁନିଗୁଡା ପୁଲିସ୍ ସୂଚନା ଦେଇଛି। କେଉଁ ପରିସ୍ଥିତିରେ ଛାତ୍ର ଜଣକ ଗଛ ଚଢିଥିଲେ ଏବଂ କିପରି ତାରଙ୍କ ମୃତ୍ୟୁ ହେଲା ସେ ନେଇ ପୁଲିସ୍ ତଦନ୍ତ ଚଳାଇଛି। ଆଉ ଘଟଣା ସଂକ୍ରାନ୍ତରେ ରାମକୃଷ୍ଣ ମିସନ ତରଫରୁ କୌଣସି ସୂଚନା ମିଳିପାରୁନାହିଁ।

ଆହୁରି ପଢ଼ନ୍ତୁ: Paddy: ଉଦ୍‌ଘାଟନରେ ସୀମିତ ମଣ୍ଡି, ଉଠୁନାହିଁ ମୁଠାଏ ଧାନ!