ଝରିଗାଁ (ରମେଶ ପଟ୍ଟନାୟକ):ନବରଙ୍ଗପୁରଜିଲ୍ଲା ଝରିଗାଁ ବ୍ଳକର ଧାନ ଚାଷୀଙ୍କ ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ବ୍ଳକରେ ମଣ୍ଡି ଖଲାଯାଉଛି। ଗତ ବୁଧବାର ଦିନ ପ୍ରଥମେ ଚଚା ଗ୍ରାମରେ ମଣ୍ଡି ଉଦ୍ଘାଟନ ହୋଇଥିବା ବେଳେ ଶୁକ୍ରବାର ଦିନ ଚାଟିଗୁଡ଼ା, ଶନିବାର ଦିନ ବେଲଗାଁ, ରବିବାର ଦିନ ଧୋଡ୍ରା, ଆଜି ଝରିଗାଁ ଠାରେ ଏବଂ ମଙ୍ଗଳବାର ଦିନ ଏକାମ୍ବା ଠାରେ ଉଦ୍ଘାଟନ ହେବ ବୋଲି ସୂଚନା ମିଳିଛି।
ତେବେ ନଡ଼ିଆ ଭାଙ୍ଗି ଉଦ୍ଘାଟନରେ ସୀମିତ ରହିଯାଇଛି ଝରିଗାଁ ଧାନ ମଣ୍ଡି। ଆଜି ପର୍ଯ୍ୟନ୍ତ କୌଣସି ଧାନ ମଣ୍ଡିରେ ଚାଷୀଙ୍କ ଠାରୁ ମୁଠାଏ ଧାନ ପ୍ରଶାସନ ପକ୍ଷରୁ କିଣା ଯାଇନାହିଁ। ଯଦି ମଣ୍ଡିରେ ଚାଷୀଙ୍କ ଧାନ କିଣା ଯାଉନାହିଁ ତେବେ ପ୍ରଶାସନ ପକ୍ଷରୁ ନଡ଼ିଆ ଭାଙ୍ଗି ଉଦଘାଟନ କରିବାର ଆବଶ୍ୟକ ମଧ୍ୟ ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଧାନ ମଣ୍ଡି ଖଲିବା ବିଳମ୍ବ ସହ ମଣ୍ଡିରେ ଧାନ କିଣିବା ବିଳମ୍ବ ଯୋଗୁଁ କ୍ଷୁଦ୍ର ଚାଷୀ ମାନେ ଖଲା ବଜାରରେ କମ୍ ଦରରେ ଧାନ ବିକ୍ରି କରିଦେଉଛନ୍ତି। ବେପାରୀ ମାନେ କମ୍ ଦରରେ ଚାଷୀଙ୍କ ଠାରୁ ଧାନ କିଣି ଛତିଶଗଡ଼ରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ!
ପ୍ରକାଶ ଯେ ଚଳିତ ବର୍ଷ ଝରିଗାଁ ଲେମ୍ପସ ସହ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ମଣ୍ଡିରୁ ଧାନ କ୍ରୟ କରିବା ପାଇଁ ଅନୁମତି ମିଳିଛି। ଝରିଗାଁ ବ୍ଳକର ଲେମ୍ପସ ଓ ଦୁଇଟି ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ପ୍ରାୟ ୩ ହଜାର ଚାଷୀ ପଞ୍ଜୀକରଣ କରିଥିବା ଜଣାପଡିଛି। ସେହିପରି ଆରଏମସି ପକ୍ଷରୁ ଧାନ ମଣ୍ଡି ଗୁଡିକରେ ଆନୁଷଙ୍ଗିକ ବ୍ୟବସ୍ଥା ହୋଇନଥିବା ଅଭଯୋଗ ହୋଇଛି।
ଆହୁରି ପଢ଼ନ୍ତୁ: Leopard Mumbai: ଝିଅ ବାହାଘର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ପଶି ଆସିଲା ଚିତାବାଘ; କରି ଚାଲିଲା ଆକ୍ରମଣ
ଝରିଗାଁରେ ମଣ୍ଡି ଆରମ୍ଭ
ଆଜି ଝରିଗାଁ ଧାନ ମଣ୍ଡି ଉଦଘାଟନ ସମୟରେ ଝରିଗାଁ ଯୋଗାଣ ନିରୀକ୍ଷକ ସଚିନ ମୟୀ ରଥ, ଲେମ୍ପସ ପରିଚାଳନା ନିର୍ଦେଶକ ନରସିଂହ ଗୌଡ଼, ଲେମ୍ପସ ସଭାପତି ଲଛମା ଗଣ୍ଡ,ଉପ ସଭାପତି ଭକଚନ୍ଦ ନାୟକ, ଚାଷୀ ନରସିଂହ ଦଳେଇ, ସମ୍ବାରୁ ପ୍ରଧାନୀ, ମାଧବ କଳାର, ରବି ନାୟକ, ପରମ ଗୌଡ଼ ପ୍ରମୁଖ ସହ ବହୁ ଚାଷୀ ଉପସ୍ଥିତ ଥିଲେ।
ଆହୁରି ପଢ଼ନ୍ତୁ: Celebrates Daughter's Birth:ଭଗବାନ ପ୍ରାର୍ଥନା ଶୁଣିଛନ୍ତି କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ଦେଇଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/22/nabarangpur-2025-12-22-16-22-47.jpg)