ମୁମ୍ବାଇ: ମୁମ୍ବାଇର ମୀରା ଭାୟନ୍ଦରର ବିପି ରୋଡରେ ସାଇ ବାବା ହସ୍ପିଟାଲ ପଛରେ ଥିବା ପାରିଜାତ ବିଲଡିଂରେ ଏକ ଚିତାବାଘ ପ୍ରବେଶ କରିବା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣାରେ ୭ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ସଙ୍ଗେସଙ୍ଗେ ବାଘ ଆକ୍ରମଣରୁ ଉଦ୍ଧାର କରି ସାଇ ବାବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ରିପୋର୍ଟ ଅନୁଯାୟୀ, ଚିତାବାଘ ତାଲାଭ ରୋଡରେ ଥିବା ପାରିଜାତ କୋଠାର ପ୍ରଥମ ମହଲାରେ ଥିବା ଏକ ଘରେ ପ୍ରବେଶ କରିଥିଲା। ହଠାତ୍ ବାଘର ଏଭଳି ପ୍ରବେଶ ଓ ଆକ୍ରମଣ ଯୋଗୁଁ ଘରଲୋକ ଓ ସ୍ଥାନୀୟ ବାସିନ୍ଦାମାନେ ଭୟରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣାରେ ବାଘ ୭ଜଣଙ୍କୁ ଆକ୍ରମଣ କରି ସ୍ଥାନୀୟ ଅଞ୍ଚଳରେ ଉତପାତ୍ ମଚାଇଥିଲା।
ଆହତଙ୍କ ମଧ୍ୟରେ ଅଞ୍ଜଲି ଟାକ(ବୟସ ୨୩) (ବିବାହ ହେବାକୁ ଥିବା କନ୍ୟା), ଭାରତୀ ଟାକ (ବୟସ ୪୩), ଖୁସି ଟାକ (୧୮) ଚାଗାନଲାଲ ବାଗ୍ରେଚା (ବୟସ ୪୮), ଶ୍ୟାମ ପ୍ରତାପ ସାହନି (୧୯) ରାକେଶ(ବୟସ ୫୦) ଏବଂ ଦୀପୁ ବୟସ (୫୨)
ଅଧିକପଢ଼ନ୍ତୁ:ପୁଟିନଙ୍କୁ ଲାଗିଲା ବଡ ଝଟକା! ବିସ୍ଫୋରଣରେ ବରିଷ୍ଠ ସେନା ଅଧିକାରୀ ମୃତ
ବାଘ ଆକ୍ରମଣ ପରେ ସ୍ଥାନୀୟଅଞ୍ଚଳରେ କୋକୁଆଭୟ
ଏହି ଘଟଣା ସ୍ଥାନୀୟଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଛି। ଆଖପାଖରଲୋକମାନେ ଚିତାବାଘ ଭୟରେ ଝରକାକବାିଟ ବନ୍ଦ କରି ଘର ଭିତରେ ଛପି ରହିଛନ୍ତି। ଆଉ କିଛିଲୋକ ସାହସ ଦେଖାଇ ଚିତାବାଘକୁ କାବୁ କରି ଏକ କୋଠରୀ ନମ୍ବର ୧୦୧ ବନ୍ଦୀ କରି ରଖିଥିଲେ।
ବାଘକୁ କାବୁ କରି ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡିବା ପାଇଁ କରାଯାଉଛି ବନ୍ଦୋବସ୍ତ
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ପୁଲିସ ଏବଂ ବନ ବିଭାଗ ସମଗ୍ର କୋଠାକୁ ଘେରାବନ୍ଦୀ କରି ରଖିଥିଲେ। ଯାହାଦ୍ୱାରା ଚିତାବାଘ ଅନ୍ୟ କୌଣସି ଘରେ ପ୍ରବେଶ କରିପାରିବ ନାହିଁ। ବନ ବିଭାଗର ଏକ ବିଶେଷଜ୍ଞ ଦଳ ଟ୍ରାଙ୍କୁଲାଇଜର ବନ୍ଧୁକ ସାହାଯ୍ୟରେ ବାଘକୁ କାବୁ କରି ସୁରକ୍ଷିତ ଭାବରେ ଜଙ୍ଗଲରେ ଛାଡିବା ପାଇଁ ଏକ ପିଞ୍ଜରାର ବନ୍ଦୋବସ୍ତ କରିଥିଲେ।
मीरा-भायंदर के नवघर इलाके में पारिजात बिल्डिंग के एक फ्लैट में तेंदुआ पकड़ा गया, इससे पहले उसने चार लोगों पर हमला कर उन्हें घायल कर दिया, घायलों का इलाज साईं बाबा हॉस्पिटल में जारी है#Mumbaipic.twitter.com/lV57GfmcCd
— NDTV India (@ndtvindia) December 19, 2025
ଶିବସେନା ନେତାଙ୍କ ପ୍ରତିକ୍ରିୟା
ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଶିବସେନା ନେତା ତଥା ମନ୍ତ୍ରୀ ପ୍ରତାପ ସରନାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଅଧିକାରୀମାନଙ୍କୁ ଉଦ୍ଧାର କାର୍ଯ୍ୟ ବିଷୟରେ ସୂଚନା ଦେବା ସହିତ ସ୍ଥାନୀୟ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ନିବେଦନ କରିଥିଲେ। ମନ୍ତ୍ରୀ ପ୍ରତାପ ସରନାୟକ କହିଛନ୍ତି, "ଏହି ବାଘ ଆକ୍ରମଣରେ ସାତ ଜଣ ଆହତ ହୋଇଛନ୍ତି। ଚିତାବାଘକୁ ଚାରୋଟି ଟ୍ରାଙ୍କୁଲାଇଜର୍ ଦିଆଯାଇଛି। ଚିତାବାଘ ଆକ୍ରମଣରେ ଆହତ ସାତ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କ ମଧ୍ୟରେ ଅଞ୍ଜଳି ଟାକ୍ ନାମକ ଜଣେ ଯୁବତୀଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ଦୁଃଖର ବିଷୟ, ଅଞ୍ଜଳିର ବିବାହ ମାତ୍ର ତିନି ଦିନ ମଧ୍ୟରେ ହେବାର ଥିଲା।
ଅଧିକପଢ଼ନ୍ତୁ:ଭଗବାନ ପ୍ରାର୍ଥନା ଶୁଣିଛନ୍ତି କନ୍ୟା ସନ୍ତାନର ବାପା ହେବାର ସୌଭାଗ୍ୟ ଦେଇଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/22/untitled-9-copy-2025-12-22-16-00-21.jpg)