ବୋରିଗୁମ୍ମା: ବୋରିଗୁମ୍ମା ଥାନା ଅନ୍ତର୍ଗତ ହରଡାପୁଟ ଓ ବୋରିଗୁମ୍ମା ଛକରେ ପୁଲିସ ପକ୍ଷରୁ ଯାନବାହନ ଯାଞ୍ଚ କରାଯାଇଛି। ଜୟପୁର ଏସଡିଜେଏମ ଅନ୍ନପୂର୍ଣ୍ଣା ନାୟକଙ୍କ ଉପସ୍ଥିତିରେ ତଥା ଥାନା ଅଧିକାରୀ ଉତ୍ତମ କୁମାର ମହାନ୍ତିଙ୍କ ନେତୃତ୍ୱରେ ଯାନବାହନ ଯାଞ୍ଚ କରାଯାଇଥିଲା। ମୋଟ ୧୬୨ଟି ଦୁଇ ଚକିଆ ଗାଡିକୁ ଯାଞ୍ଚ କରାଯାଇଥିଲା। ବାଇକ୍ ଚାଳକଙ୍କ ଲାଇସେନ୍ସ, ହେଲମେଟ, ଇନସୁରାନ୍ସ ଓ ଗାଡିର କାଗଜପତ୍ର ଯାଞ୍ଚ କରାଯାଇ ମୋଟ ୫୧ହଜାର ୨ଶହ ଟଙ୍କା ଆଦାୟ କରାଯାଇଥିଲା। ଏହି ଯାଞ୍ଚ ସମୟରେ ବୋରିଗୁମ୍ମା ଏସଡିପିଓ ହରେକୃଷ୍ଣ ମାଝୀ ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।
ବୋରିଗୁମ୍ମାରେ ଯାନବାହନ ଯାଞ୍ଚ
Advertisment
Follow Us