ଦୁଷ୍କର୍ମ ମାମଲାରେ ଯୁବକ ଗିରଫ

Advertisment
ଦଲାଲ୍‌ ଗିରଫ, ୨ ଏସି ଓ ଏଲ୍‌ଇଡି ଟିଭି ଜବତ

ଗୁଣପୁର : ଗୁଣପୁର ଥାନା ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସୂଚନା ଅନୁଯାୟୀ, ଗୁଣପୁର ଥାନା ଅଞ୍ଚଳର ଏସ. ସବା ରାଜୁ ନାମକ ଜଣେ ଯୁବକ ଅଞ୍ଚଳର ‌ଜଣେ ନାବାଳିକା ସହ ଶାରୀରିକ ସଂପର୍କ ସ୍ଥାପନ କରି ପରେ ପ୍ରତାରଣା କରିଥିବା ନେଇ ପୀଡିତାଙ୍କ ପରିବାର ପକ୍ଷରୁ ଗୁଣପୁର ଥାନାରେ ଏତଲା ଦିଆଯାଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ପୀଡିତାଙ୍କ ଡାକ୍ତରୀମାଇନା କରିବା ପରେ ଅଭିଯୁକ୍ତ ଏସ. ସବା ରାଜୁଙ୍କୁ ଗିରଫ କରିଥିଲା। ଏନେଇ ଥାନାରେ କେଶ୍ ନଂ-୧୬୯/୧୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe