ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ମୁକୁନ୍ଦପୁର: ଚିକିିତ୍ସା ଅବହେଳାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କିରଛନ୍ତି। ଅଭିଯୋଗ ଅନୁଯାୟୀ, ମୁକୁନ୍ଦପୁର ଗ୍ରାମର ଶ୍ୟାମ ପାତିକାଙ୍କ ପୁଅ ଦିଲ୍ଲୀପ ପାତିକା(୨୬)ଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ଆଜି ସକାଳେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତି କରାଯାଇଥିଲା। ଏହି ସମୟରେ ମେଡିକାଲରେ କାର୍ଯ୍ୟରତ ଥିବା ଡା. ତ୍ରିଲୋଚନ ବାରିକ ଦିଲ୍ଲୀପଙ୍କୁ କେବଳ ସାଲାଇନ ଦେଇ ଚାଲି ଯାଇଥିଲେ। କିଛି ସମୟ ପରେ ଦିଲ୍ଲୀପଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରୋଗୀଙ୍କ ସଂପର୍କୀୟ ଓ୍ଵାର୍ଡ ଇନଚାର୍ଜ ସଂଯୁକ୍ତା ସ୍ୱାଇଁ, ଷ୍ଟାଫନର୍ସ ସ୍ନିଗ୍‌ଧା ଭୋଳ ଓ ବୀଣା ବାଘଙ୍କୁ ଜଣାଇଥିଲେ। ତେବେ ରୋଗୀଙ୍କ ସଂପର୍କୀୟଙ୍କୁ ଏମାନେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

ଏପରିକି ଅସୁସ୍ଥ ଦିଲ୍ଲୀପ ମଧ୍ୟ କାର୍ଯ୍ୟରତ ଡାକ୍ତର ଓ ନର୍ସଙ୍କୁ କଷ୍ଟ ହେଉଥିବା କହିଥିଲେ। ଏହାପରେ ବି ଚିକିତ୍ସାରେ ଅବହେଳା କରାଯାଇଥିବା ପରିବାର ଲୋକ କହିଛନ୍ତି। ଗୁରୁତର ଦିଲ୍ଲୀପ ବ୍ୟାଡରୁ ତଳେ ପଡି ଯିବା ପରେ ଏନେଇ ପରିବାର ଲୋକ ଓ୍ଵାର୍ଡ ଇନଚାର୍ଜ ସଂଯୁକ୍ତା ସ୍ୱାଇଁଙ୍କୁ ଜଣାଇଥିଲେ। କିଛି ହୋଇନି ସମସ୍ତେ ବାହାରକୁ ଯାଅ ବୋଲି ସେ କହିବା ସହ କୌଣସି ଚିିକିତ୍ସା କରିନଥିଲେ। ଏହାର କିଛି ସମୟ ପରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଯାଇଥିଲା। ଚିକିତ୍ସାରେ ଅବହେଳା କରାଯିବାରୁ ହିଁ ଦିଲ୍ଲୀପଙ୍କ ମୃତ୍ୟୁ ଘଟିଛି। ତେଣୁ ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଅବହେଳା କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ମୃତ ଦିଲ୍ଲୀପଙ୍କ ପରିବାର ଲୋକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe