ଉଦ୍ଧାର ହେଲା ୮ଫୁଟିଆ ଅଜଗର

Advertisment
ଉଦ୍ଧାର ହେଲା ୮ଫୁଟିଆ ଅଜଗର

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଉଦଳା ବନ ବିଭାଗ ୮ ଫୁଟିଆ ଅଜଗର ଉଦ୍ଧାର କରିଛନ୍ତି।

ସୂଚନାଯୋଗ୍ୟ, ଦେବକୁଣ୍ଡ ରେଞ୍ଜ ନିକଟବର୍ତ୍ତୀ ବଇଦାଖୋଳି ଗ୍ରାମର ହେମନ୍ତ ନାୟକ ସକାଳୁ ନିଜ ବାଡିରେ ଥିବା ଜାଲରେ ଏକ ବଡ ଅଜଗର ଲାଗି ଯାଇଥିବାର ଦେଖିବାକୁ ପାଇଥିଲେ। ଏଦୃଶ୍ୟ ଦେଖି ସେ ଭୟଭୀତ ହୋଇ ପଡ଼ିଶାଲୋକଙ୍କୁ ଯାଇ କହିଥିଲେ।

ଏହାପରେ ଉଦଳା ବନ ବିଭାଗର ରେଞ୍ଜରଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ଉଦଳା ବନ ବିଭାଗର ରେଞ୍ଜର  ଅରୁଣ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ନୂତନ ବନପାଳ ଅଶୋକ କୁମାର ମାଝୀ, ଅନନ୍ତ ନାରାୟଣ ଚୌଧୁରୀ, ଅଜୟ କୁମାର ସାହୁ, ଯଦୁନାଥ ସିଂ, ଗୌତମ ନାୟକ ଏବଂ ଅନିରୁଦ୍ଧ ଦଳେଇ ପ୍ରମୁଖ ଦିବା ପ୍ରାୟ ୧୧ ଘଟିକା ସମୟରେ ଘଟଣାସ୍ଥଳରେ ପହଞ୍ଚି ଜାଲରେ ଫସିଥିବା ୮ଫୁଟ ଲମ୍ୱର ଅଜଗରଟିକୁ ଉଦ୍ଧାର କରିଥିଲେ।

ଉଦ୍ଧାର ପରେ ଅଜଗରଟିକୁ ନିକଟସ୍ଥ ଶିମିଳିପାଳ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe