ଭୀମ୍‌ସାର୍ ଛାତ୍ରୀଙ୍କୁ ରିଲାଏନ୍ସ ମେଧା ବୃତ୍ତି

ଭୀମ୍‌ସାର୍ ଛାତ୍ରୀଙ୍କୁ ରିଲାଏନ୍ସ ମେଧା ବୃତ୍ତି

ସମ୍ବଲପୁର: ଚିତ୍ରକଳାରେ ରାଜ୍ୟ ଓ ଜାତୀୟସ୍ତରରେ ବହୁ ପୁରସ୍କାର ଲାଭ କରିଥିବା ଭୀମ୍‌ସାରର ପ୍ରତିଭାବାନ ଡାକ୍ତରୀ ଛାତ୍ରୀ ଆକାଂକ୍ଷା ନନ୍ଦ ରିଲାଏନ୍‌ସ ଫାଉଣ୍ଡେସନ୍ ତରଫରୁ ସମ୍ମାନଜନକ ସ୍ନାତକ ବୃତ୍ତି (ଅଣ୍ଡରଗ୍ରାଜୁଏଟ୍‌ ସ୍କଲାରସିପ୍) ପାଇବାକୁ ମନୋନୀତ ହୋଇଛନ୍ତି। ସଂସ୍ଥା ତରଫରୁ ସର୍ବଭାରତୀୟସ୍ତରରେ ହୋଇଥିବା ମେଧା ପରୀକ୍ଷାରେ କୃତିତ୍ବ ଲାଭ କରି ସେ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି।

ତାଙ୍କୁ ପାଠପଢ଼ାରେ ସହାୟତା ପାଇଁ ବର୍ଷକୁ ୪୦ ହଜାର ଟଙ୍କା ହିସାବରେ ୫ ବର୍ଷକୁ ମୋଟ ୨ ଲକ୍ଷ ଟଙ୍କା ମେଧା ବୃତ୍ତି ମିଳିବ ବୋଲି ରିଲାଏନ୍‌ସ ଫାଉଣ୍ଡେସନ୍ ତରଫରୁ ସୂଚନା ଦିଆଯାଇଛି। ନିତା ଅମ୍ବାନି ଏହି ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଅଧ୍ୟକ୍ଷ ରହିଛନ୍ତି। ସୂଚନାଯୋଗ୍ୟ, ଏମ୍‌ବିବିଏସ୍ ଦ୍ବିତୀୟ ବର୍ଷ ଛାତ୍ରୀ ଆକାଂକ୍ଷା ବୁର୍ଲା ନିବାସୀ ବ୍ରଜେନ୍ଦ୍ର କୁମାର ନନ୍ଦ ଏବଂ ରିତୁବାଳା ସିହ୍ନାଙ୍କ ଝିଅ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe