୧୦ ଫୁଟିଆ ଅଜଗର ଉଦ୍ଧାର: ଗିଳିଥିଲା ୧୦ ବତକ ଛୁଆ

Advertisment
୧୦ ଫୁଟିଆ ଅଜଗର ଉଦ୍ଧାର: ଗିଳିଥିଲା ୧୦ ବତକ ଛୁଆ

ଢେଙ୍କାନାଳ: ସଦର ବ୍ଲକ ଲମ୍ବୋଦରପୁର ଗ୍ରାମର ଏକ ଫାର୍ମରୁ ବତକ ଗିଳିଥିବା ୧୦ ଫୁଟ୍‌ ଲମ୍ବର ଏକ ଅଜଗର ସାପକୁ ଆଜି ଉଦ୍ଧାର କରାଯାଇଛି। ସାପଟିକୁ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ସୂଚନା ଅନୁଯାୟୀ, ମନୋଜ ସାମଲ ଗାଁରେ ଥିବା ଶ୍ରୀକୃଷ୍ଣ ଫାର୍ମହାଉସ୍‌ରେ ବତକ ଚାଷ କରିଛନ୍ତି। ବତକ ଖୁଆଡ଼ ଭିତରେ ଆଜି ଏକ ଅଜଗର ପଶି ବତକ ଛୁଆ ଖାଉଥିବା ଫାର୍ମ କର୍ମଚାରୀମାନେ ଦେଖିଥିଲେ।

ସେମାନଙ୍କଠାରୁ ଖବର ପାଇ ବନ୍ୟଜନ୍ତୁ ଓ ସାପ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସାପଟି ବତକ ଛୁଆଗୁଡ଼ିକୁ ଖାଇବା ପରେ  ତାର ପେଟ ଫୁଲି ଯାଇଥିଲା। ଫଳରେ ସେ ଲୋକଙ୍କୁ ଦେଖି ମଧ୍ୟ ସେଠାରୁ ଯାଇ ପାରି ନଥିଲା। ଉଦ୍ଧାରକାରୀ ଦଳର ସଦସ୍ୟମାନେ ଅଜଗରକୁ କାବୁ କରି ନେଇଥିଲେ। ପରେ ସେ ଖାଇଥିବା ୧୦ଟି ବତକ ଛୁଆକୁ ଗୋଟି ଗୋଟି କରି ଓକାଳି ଦେଇଥିଲା। ପରେ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ସାପକୁ ମେଘା ସଂରକ୍ଷିତ ଜଙ୍ଗଲକୁ ନେଇ ଛାଡ଼ି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe