ପ୍ରେମୀ ଯୁଗଳଙ୍କ  ଗଳିତ ଶବ ଉଦ୍ଧାର

Advertisment
ପ୍ରେମୀ ଯୁଗଳଙ୍କ  ଗଳିତ ଶବ ଉଦ୍ଧାର

DNA India

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ପଞ୍ଚାୟତ ବାଞ୍ଜିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସାଗୁନଭାଡ଼ି-ବାଞ୍ଜିପଦର ରାସ୍ତାରୁ ପ୍ରେମୀ ଯୁଗଳଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି। ଗାଁର ସୁନୀଲ ପଟେଲ (୨୨) ଓ ଜେମାମଣି ପଟେଲ (୧୮)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ବେଳେ ଗତ ୩୦ ତାରିଖ ଘରୁ କୁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା।

ସ୍ଥାନୀୟ ଲୋକ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖି ପୁଲିସ୍‌କୁ ସୂଚନା ଦେଇଥିଲେ। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ ସହ ପୁଲିସ୍ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଧର୍ମଗଡ଼ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe