ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ଥାନା ରେଙ୍ଗାଲପାଲି-ଝରିଆଗୁଡ଼ା ରାସ୍ତାର ଜୁନାପଡ଼ା ଗାଁ ନିକଟ ଚାଷଜମିରୁ ପୁଲିସ୍ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ରେଙ୍ଗାଲପାଲି ଗ୍ରାମର ଜୟପତି ମାଝୀ (୪୫) ବୋଲି ଜଣାପଡ଼ିଛି। ଯୁବକଙ୍କ ଅନେକ ସ୍ଥାନରେ କ୍ଷତଚିହ୍ନ ରହିଥିବାରୁ ପରିବାର ଲୋକ ତଥା ଗ୍ରାମବାସୀ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଖବରପାଇ କୋକସରା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ସ୍କ୍ବାଡ୍‌ ସହ ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଜୟପତି ମାଝୀ ଶନିବାର ସକାଳେ ଘରୁ ବାହାରି ରାତି ପର୍ଯ୍ୟନ୍ତ ଫେରିନଥିଲେ।

ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସନ୍ଧାନ ପାଇନଥିଲେ। ରବିବାର ଜୟପତିଙ୍କ ମୃତଦେହ ଗଛତଳେ ରହିଥିବା ଗାଁ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ୍ କୋକସରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏଥିସହ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ପୁଲିସ୍ ସୂଚନା ଦେଇଛି। ଜୟପତି ରେଙ୍ଗାଲପାଲି ପଞ୍ଚାୟତରେ ଝାଡୁଦାର ଥିବା ସହ ମାଛ ବ୍ୟବସାୟ କରୁଥିବା ବେଳେ ଘରେ ସ୍ତ୍ରୀ ସହ ଦୁଇ ଝିଅ ଓ ଏକମାତ୍ର ପୁଅ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe