ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଛାତ୍ରାବାସରୁ ଝୁଲନ୍ତା ମୃତଦେହ ଜବତ

Image Courtesy of NDTV

ନୂଆପଡ଼ା/ସିନାପାଲି, ୨୬।୫ (ଇମିସ): ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ସରଧାପୁର ଗ୍ରାମର ସାବିତ୍ରୀ କଟା (୨୨)ଙ୍କ ଝୁଲନ୍ତା ମୃତଦେହ ଘରୁ ପୁଲିସ୍ ଉଦ୍ଧାର କରିଛି। ଏହି ଘଟଣା ଜାଣିବା ପରେ ମୃତ ମହିଳାଙ୍କ ବାପା ସିନାପାଲି ଥାନାରେ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ପ୍ରକାଶ ଯେ, ସାବିତ୍ରୀଙ୍କ ବାପ ଘର ସିନାପାଲି ଥାନା ଡଙ୍ଗରିଖୋଲ ​ହୋଇଥିବା ବେଳେ ଗୋଟିଏ ବର୍ଷ ହେଲା ସାବିତ୍ରୀ ସରଧାପୁର ଗ୍ରାମର ଲିଙ୍ଗରାଜ କଟାକୁ ବିବାହ କରିଥିଲେ। ଗତ ଗୁରୁବାର ସନ୍ଧ୍ୟାରେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏନେଇ ସାବିତ୍ରୀ ସବୁ କଥା ବାପଘର ଲୋକଙ୍କୁ ଜଣାଇଥିଲେ। ପରେ ଝଗଡ଼ା ସରିବା ପରେ ଲିଙ୍ଗରାଜ ଘରୁ ବାହାରକୁ ଚାଲି ଯାଇଥିଲେ। ବିଳମ୍ବିତ ରାତିରେ ଫେରିବା ପରେ ସାବିତ୍ରୀର ଝୁଲନ୍ତା ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଝିଅର ବାପ ଘରକୁ ଏନେଇ ସୂଚନା ଦିଆଯାଇଥିବା ବେଳେ ସାବିତ୍ରୀର ମୃତ୍ୟୁ ଘଟଣାକୁ ସହଜେ ଗ୍ରହଣ କରିପାରି ନଥିଲେ। ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଆବଶ୍ୟକ ତଦନ୍ତ କରାଯାଇ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି। ଏନେଇ ସିନାପାଲି ପୁଲିସ୍ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe