ଭୀମସାର ଡାକ୍ତରଙ୍କ ଗବେଷଣା

ଭୀମସାର ଡାକ୍ତରଙ୍କ ଗବେଷଣା

The New Indian Express

ବୁର୍ଲା: ଭୀମସାରର ୪ ଜଣିଆ ଡାକ୍ତରୀ ଦଳ ଜୁନ ୨୦୨୨ ରୁ ମେ ୨୦୨୩ ଦୀର୍ଘ ୧ ବର୍ଷ ଗବେଷଣା କରି ଜଣାଇଛନ୍ତି ଯେ, ଜଣେ ସାଧାରଣ ମହିଳାଙ୍କ ଅପେକ୍ଷା ନିଶା ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଗର୍ଭପାତ ଏବଂ ନବଜାତକ ଶିଶୁର ମୃତ୍ୟୁହାର ଆଶଙ୍କା ପ୍ରାୟ ୫ ଗୁଣ ଅଧିକ ରହିଛି। ଏହି ୪ ଜଣିଆ ବିଶେଷଜ୍ଞ ଦଳରେ ଭିମସାର ସ୍ତ୍ରୀ ଓ ପ୍ରସୂତି ବିଭାଗର ସହଯୋଗୀ ପ୍ରଫେସର ଡା. ଓଜସ୍ଵିନୀ ପଟେଲ, ଡା. ପ୍ରଣତି ପ୍ରଧାନ, ଡା. ପ୍ରେରଣା ଦାସଙ୍କ ସହିତ କମ୍ୟୁନିଟି ମେଡିସିନ୍ ବିଭାଗର ଡା. ସଂଜୀବ କୁମାର ମିଶ୍ର ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି।

ପ୍ରତିବର୍ଷ ବିଶ୍ୱରେ ପ୍ରାୟ ୨୬ ଲକ୍ଷ ନବଜାତକ ନେଉ ଥିବା ରେକର୍ଡ ଥିବାବେଳେ ବର୍ତ୍ତମାନ ଶିଶୁ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ସ୍ଥିତିରେ ରହିଛି। ଶିକ୍ଷା ଓ ସ୍ବାସ୍ଥ୍ୟ ଭଳି ଅବିକଶିତ ଦେଶରେ ବିଶେଷକରି ଏହି ସଂଖ୍ୟା ଅଧିକ ରହିଛି। ଏହି ରିପୋର୍ଟ ଅନୁଯାୟୀ ସମୁଦାୟ ସଂଖ୍ୟାରୁ ଭାରତରେ ୧୬ ପ୍ରତିଶତ ଶିଶୁ ମୃତ୍ୟୁହାର ରହିଛି। ଏହାର କାରଣ ଖୋଜିବାକୁ ଯାଇ ଏହି ୪ ଜଣିଆ ଡାକ୍ତରୀ ଦଳ ସ୍ତ୍ରୀ ଓ ପ୍ରସୂତି ବିଭାଗର ୨୮ ସପ୍ତାହରୁ ଅଧିକ ସମୟ ଗର୍ଭବତୀ ରହିଥିବା ୧୫୮ ଜଣ ମହିଳାଙ୍କୁ ନେଇ ପ୍ରାୟ ୧ ବର୍ଷ ଧରି ଗବେଷଣା କରିଥିଲେ ତେବେ ତମାଖୁ , ଗୁଟ୍‌ଖା, ମଦ ଭଳି ନିଶା ସେବନ କରୁଥିବା ମହିଳାଙ୍କ କ୍ଷେତ୍ରରେ ଗର୍ଭପାତ ଏବଂ ନବ ଜାତକ ଶିଶୁ ମୃତ୍ୟୁହାର ପ୍ରାୟ ୫ ଗୁଣ ଅଧିକ ବୋଲି ଦେଖିବାକୁ ମିଳିଥିଲା। ଏହାର ନିରାକରଣ ନିମିତ୍ତ ଏହି ମହିଳା ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ଗବେଷଣାକାରୀ ଦଳ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe