ବୀରମହାରାଜପୁରରେ ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ତୀବ୍ରତର

ବ୍ଳକ ଉପାଧ୍ୟକ୍ଷଙ୍କ ସମେତ ୫୨ ପଦାଧିକାରୀ ଓ ବରିଷ୍ଠ ନେତା ଦେଲେ ଇସ୍ତଫା

ବୀରମହାରାଜପୁରରେ ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ତୀବ୍ରତର

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜେଡ଼ିରେ ଗୋଷ୍ଠୀ କନ୍ଦଳ ତୀବ୍ରତର ହେଉଛି । ଏହି କ୍ରମରେ ବୀରମହାରାଜପୁର ନିର୍ବାଚନରୁ ବିଜେଡ଼ି ଟିକେଟ୍ ଆଶାୟୀ ଥିବା ବୀରମହାରାଜପୁର ଯୁବ ବିଜେଡ଼ି ସଭାପତି ତଥା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହାଙ୍କ ସମେତ ଏକଦା ବିଜୁପଟ୍ଟନାୟକ ଅନୁଗତ ଥିବା ବରିଷ୍ଠ ବିଜେଡ଼ି ନେତା ରୁଷି ନାଥ ମହାକୁଡ଼, ବୀରମହାରାଜପୁର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶାନ୍ତି ଲୁହା, ଜିଲ୍ଲା ସାଧାରଣ ସମ୍ପାଦକ ଧିରେନ୍ଦ୍ର ନାରାୟଣ ପଣ୍ଡାଙ୍କ ସମେତ ୭୦ରୁ ଅଧିକ କାର୍ଯ୍ୟକର୍ତ୍ତା ଇସ୍ତଫା ଦେଇଛନ୍ତି |

ଉଲ୍ଲେଖ ଥାଉ କି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଟିକେଟ ଆଶାରେ ଥିଲେ ନାରାୟଣ । ସେ ବିଜୁ ଜନତା ଦଳ ସହିତ ଦୀର୍ଘ ଦିନରୁ ଜଡିତ ଥିବାବେଳେ ବୀରମହାରାଜପୁର ବ୍ଲକ ଯୁବ ବିଜେଡି ସଭାପତି ଦାୟିତ୍ବରେ ଥିଲେ । ତା ସହ ତାଙ୍କ ପତ୍ନୀ ଶାନ୍ତି ଲୁହା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ଭାବେ ଅବସ୍ଥାପିତ ଅଛନ୍ତି ଏବଂ ନାରାୟଣ ଉପାଧ୍ୟକ୍ଷ ଭାବେ ଅଛନ୍ତି । ଆଜି ତାଙ୍କ ସମର୍ଥକଙ୍କ ସହିତ ବିଜୁ ଜନତା ଦଳରୁ ସେ ଇସ୍ତଫା ଦେଇଥିବାବେଳେ ସରପଞ୍ଚ ଓ ସମିତିସଭ୍ୟା,ସଭ୍ୟ ମଧ୍ୟ ଇସ୍ତଫା ପ୍ରଦାନ କରିଛନ୍ତି। ତେବେ ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ ବୋଲି ସାମ୍ବାଦିକମାନେ ପ୍ରଶ୍ନ ପଚାରିବାରୁ ତାହା ସ୍ପଷ୍ଟ କରି ନଥିଲେ ମଧ୍ୟ ଅଞ୍ଚଳର ଜନସାଧାରଣ ଯାହା ନିଷ୍ପତ୍ତି ନେବେ ତାହା କରିବି ବୋଲି କହିଛନ୍ତି। ବିଜେଡ଼ିକୁ ଆଗାମୀ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe