Sambad
ରାୟଗଡା: ରାୟଗଡାସ୍ଥିତ ରେଳଷ୍ଟେସନ ନିକଟରେ ରେଳ କୋଚ ରେଷ୍ଟୁରାଣ୍ଟ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନମନ୍ତ୍ରୀ ଜଗନ୍ନାଥ ସାରକ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୂର୍ବତନ ସାଂସଦ ଏନ. ଭାସ୍କର ରାଓ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଏକ ରେଳ ଡବାକୁ ଉନ୍ନତ ଏବଂ ଅତ୍ୟାଧୁନୀକ ପ୍ରଣାଳୀରେ ସୁସଜ୍ଜିତ କରାଯାଇ ଏକ ନୂତନ ଧରଣର ରେଷ୍ଟୁରାଣ୍ଟ ରେଳ ବିଭାଗ ପକ୍ଷରୁ ତିଆରି କରାଯାଇଛି।
ତେବେ ଏହାକୁ ଲିଜ ସୂତ୍ରରେ ସ୍ଥାନୀୟ କିର୍ତ୍ତି ଗ୍ରୁପକୁ ଦିଆଯାଇଛି। ୫ ବର୍ଷ ପାଇଁ କିର୍ତ୍ତି ଗ୍ରୁପ ୧୫ ଲକ୍ଷ ଟଙ୍କାରେ ଏହାକୁ ଲିଜ ଆକାରରେ ନେଇଥିବା କୁହାଯାଇଛି। ତେବେ ଏହି ରେଳ ଡବା କୋଚ ରେଷ୍ଟୁରାଣ୍ଟରେ ସମସ୍ତ ପ୍ରକାର ବ୍ୟଞ୍ଜନ ମିଳିବ ବୋଲି କୁହାଯାଇଛି। ଏଭଳି ଏକ ଭିନ୍ନ ଧରଣର ରେଷ୍ଟୁରାଣ୍ଟକୁ ଲୋକେ ଦେଖିବା ପାଇଁ ଭିଡ ଜମାଉଥିବା ଲକ୍ଷ୍ୟ କରାଯାଇଛି।
Follow Us